Home news ନଜର ପକାନ୍ତୁ ଆଜିର କିଛି ଟପ ହେଡଲାଇନ୍ସ

ନଜର ପକାନ୍ତୁ ଆଜିର କିଛି ଟପ ହେଡଲାଇନ୍ସ

by Admin
0 comment


ନିରପେକ୍ଷ::(୯/୦୭) : ସମ୍ ହସ୍ପିଟାଲ୍‌ରେ ରୋବୋଟ ସହାୟତାରେ ସଫଳ ହେଉଛି ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ।

ଗୋରଖପୁର ରେଳ ଷ୍ଟେସନରୁ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ।

ଅକ୍ଟୋବରରୁ ଆରମ୍ଭ ହେବ ଡେବିଟ୍, କ୍ରେଡିଟ୍ କାର୍ଡ ପୋର୍ଟେବିଲିଟି । ଭାରତୀୟ ରିଜର୍ଭ ବ୍ୟାଙ୍କ ଯୋଗାଇ ଦେବ ନୂଆ ସୁବିଧା, ନିଜ ପସନ୍ଦର ବ୍ୟାଙ୍କ ଚୟନ କରିପାରିବେ ଗ୍ରାହକ ।

ବିବାଦ, ପ୍ରତିବାଦ ,ଚାପ ପରେ ହାତଯୋଡି କ୍ଷମା ପ୍ରାର୍ଥନା କଲେ ଚଳଚିତ୍ର ଆଦିପୁରୁଷର ସଂଳାପକାର ମନୋଜ ମନ୍ତସିର । ଟୁଇଟ କରି ଦର୍ଶକ, ଦେଶବାସୀ ଓ ହନୁମାନ ଭକ୍ତୁଙ୍କ ମାଗିଲେ କ୍ଷମା।

ରଷିଆ-ୟୁକ୍ରେନ ଯୁଦ୍ଧକୁ ପୂରିଲା ୫ଶହ ଦିନ । ୫ଶହ ଶିଶୁଙ୍କ ସମେତ ହଜାର ହଜାର ସଂଖ୍ୟକ ଲୋକଙ୍କ ଗଲାଣି ଜୀବନ, ଉଭୟ ଦେଶ ହରାଇଲେ ନିଜର ୪ଲକ୍ଷରୁ ଅଧିକ ସୈନିକ ।

ତେଲେଙ୍ଗାନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟକୁ କେନ୍ଦ୍ର ଦେଲା ୬ହଜାର ଶହେ କୋଟିର ବିଭିନ୍ନ ବିକାଶମୂଳକ ଯୋଜନା, ଭଦ୍ରକାଳୀଙ୍କ ପୂଜା ସହ ଗୋସେବା କଲେ ପ୍ରଧାନମନ୍ତ୍ରୀ ।

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ହିଂସା: ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

୯ ଆନ୍ତଜିଲ୍ଲା ରାଜପଥ ଲୁଟେରା ଗିରଫ; ଗୋଟିଏ ପିସ୍ତଲ, ୧୮ଟି ସ୍ମାର୍ଟ ଫୋନ୍‌ ସହ ବିଭିନ୍ନ ମାରଣାସ୍ତ୍ର ଜବତ

ଚତୁର୍ଥ ଦିନରେ ଡିଏନ ଗ୍ରୁପ୍ ଉପରେ ଆୟକର ରେଡ୍ ଜାରି, ସଂସ୍ଥା ମୁଖ୍ୟ ଜଗଦୀଶ ନାୟକଙ୍କୁ ଜେରା ।

SDM ଜ୍ୟୋତି ମୌର୍ଯ୍ୟଙ୍କ ବିବାଦର ସାଇଡ୍ ଇଫେକ୍ଟ! ସ୍ତ୍ରୀଙ୍କର ପାଠପଢ଼ା ବନ୍ଦକଲେ ଅନେକ ସ୍ୱାମୀ, ଖାନ୍ ସାରଙ୍କ କୋଚିଂ ଛାଡ଼ିଲେ ୯୩ ମହିଳା ।

ଚଳିତ ମାସ ୨୨ ତାରିଖରେ ସ୍ଥାନୀୟ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଅଗ୍ରଣୀ ଓଡ଼ିଆ ପ୍ରତିଷ୍ଠାନ ପଲ୍ଲୀବାଣୀ ମିସନ ପକ୍ଷରୁ ଓଡ଼ିଆ ଜର୍ଣ୍ଣାଲିଜମ୍ ଆୱାର୍ଡ-୨୦୨୩ ପ୍ରଦାନ କରାଯିବ।

ନୂଆ ରଙ୍ଗରେ ନଜର ଆସିବ ବନ୍ଦେ ଭାରତ ଏକ୍ସପ୍ରେସ, ପ୍ରଥମ ଝଲକ ଦେଲେ ରେଳ ମନ୍ତ୍ରୀ ।

ଓପିଏସ୍‌ସିର କ୍ୟାଡର ପୁନର୍ଗଠନ ଖୁବ୍‌ଶୀଘ୍ର; ୧୪ କୋଟି ବ୍ୟୟରେ ଆୟୋଗର ଏକ ନୂତନ କୋଠା ଚାଲିଛି ନିର୍ମାଣ: ମୁଖ୍ୟମନ୍ତ୍ରୀ ।

ମୁକେଶ ଅମ୍ବାନୀଙ୍କ ରିଲାଏନ୍ସର ବଡ଼ ଘୋଷଣା, ଜୁଲାଇ ୨୦ରେ ହେବ ସବୁଠୁ ବଡ଼ ଡିମର୍ଜର ।

ପିଙ୍କ୍‍ ହ୍ୱାଟ୍‍ସଆପ୍‍ ଡାଉନଲୋଡ୍ ନକରିବାକୁ ଓଡ଼ିଶା ପୋଲିସ୍ ପକ୍ଷରୁ ହେଲା ଗାଇଡଲାଇନ l ଯଦି ମୋବାଇଲକୁ ହ୍ୱାଟ୍ସଆପ୍ ଅପ୍ଡେଟ୍ କରିବାକୁ କୌଣସି ଲିଙ୍କ୍ ଆସୁଛି, ତା’ହେଲେ ଭୁଲରେ ବି ସେହି ଲିଙ୍କ୍‍ରେ କ୍ଲିକ୍ ନ କରିବାକୁ ହେଲା ପରାମର୍ଶ l

ଓଡ଼ିଶାର ୬ ଜଣ ସାମ୍ବାଦିକ ପାଇବେ ‘ଓଡ଼ିଆ ଜର୍ଣ୍ଣାଲିଜମ୍ ଆୱାର୍ଡ, ଘୋଷଣା ହେଲା ନାମ l ଆସନ୍ତା ୨୨ ତାରିଖରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମ ଅବସରରେ ଏମାନନଙ୍କୁ ପୁରସ୍କୃତ କରାଯିବ l

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc