Home news ଆଖି ଧରେ କାହିଁକି ।

ଆଖି ଧରେ କାହିଁକି ।

by Admin
0 comment

ବର୍ଷାର ଆଗମନରେ ଏବେ ଗାଁ ଠୁ ନେଇ ସହର ଛୋଟ ଠୁ ନେଇ ବୃଦ୍ଧ ସମସ୍ତଙ୍କ ନିକଟରେ ଦେଖିବାକୁ ମିଳୁଛି ଚକ୍ଷୁ ରୋଗ ମାନେ ଆଖି ଧରା ରୋଗ । ହେଲେ କାହିଁକି ହୁଏ ଆଖି ଧରା ରୋଗ । ଏହାର ଲକ୍ଷଣ କଣ ଆସନ୍ତୁ ଜାଣିବା ।

ମଣିଷର ଶରୀର ଭିତରେ ଆଖି ହେଉଛି ସବୁ ଠାରୁ ଅମୂଲ୍ୟ ଓ ସୂକ୍ଷ୍ମ ମଧ୍ୟ । ଭଗବାନଙ୍କ ଏ ସୁନ୍ଦର ସୃଷ୍ଟିକୁ ଆମେ ଆଖି ମାଧ୍ୟମରେ ହିଁ ଦେଖି ପାରି ଥାଉ ଏବଂ ଉପଭୋଗ ମଧ୍ୟ କରି ପାରି ଥାଉ । ତେବେ ବର୍ଷା ଦିନ ଆସିଲେ ଆଖି ଧରା ଏକ ସାଧାରଣ ରୋଗ ଭାବରେ ଦେଖିବାକୁ ମିଳେ । ପ୍ରାୟ ସମସ୍ତେ ଏହି ରୋଗ ଦ୍ଵାରା ଆକ୍ରାନ୍ତ ହୋଇଥାନ୍ତି । ତେଣୁ କୁହାଯାଏ ଆଖି ଧରା ଏକ ଭୂତାଣୁ ଜନିତ ରୋଗ । ଗୋଟିଏ ଗୋଟିଏ ପଟି କୁଲାର ଋତୁରେ ଆଖି ଧରା ରୋଗ ନିଜର କାୟା ବିସ୍ତାର କରିବାକୁ ଲାଗେ । ହେଲେ ଆଖି ଧରା ଏକ ଗୁରୁତର ରୋଗ ନୁହେଁ ଯଦି ଏହାର ପ୍ରାଥମିକ ଚିକିତ୍ସା କରାଯାଏ ତେବେ ତାହା ଖୁବ୍ ଶୀଘ୍ର ଭଲ ହୋଇଯାଏ । ତେବେ ଆଖି ଧରିବାର ଲକ୍ଷଣ ହେଉଛି । ହଟାତ୍ ଆଖି ଫୁଲିଯିବା, ଆଖିରେ ଲେଞ୍ଜରା ଦେବା , ଆଖି ବିନ୍ଧିବା, ଆଖିରୁ ପାଣି ବାହାରିବା ଆଖି ଧରାର ଲକ୍ଷଣ ଅଟେ । ତେବେ ଆଖି ବିଶେଷଜ୍ଞ ମାନେ ଆଖି ଧରାକୁ ଏକ ଡଆଁ ରୋଗ ବୋଲି କହିଥାନ୍ତି । ତେଣୁ ଆଖି ଧରା ବ୍ୟକ୍ତି ସବୁବେଳେ ନିଜକୁ ଗହଳି ଠାରୁ ଦୂରରେ ରଖିବା ଉଚିତ୍ । ନିଜର ପୋଷାକ ଏବଂ ଚଷମାକୁ ଅନ୍ୟକୁ ଦେବା ଉଚିତ୍ ନୁହେଁ । ନିଜ ଆଖି ପୋଛା କପଡ଼ାକୁ ସବୁବେଳେ ଧୋଇବା ଉଚିତ୍ । ଡାକ୍ତରଙ୍କ ବିନା ପରା ମର୍ଷରେ ଆଖିରେ କୌଣସି ଔଷଧ ପକାଇବା ଉଚିତ୍ ନୁହେଁ ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc