Home news ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା

ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା

by Admin
0 comment

ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ପରେ ଲଘୁଚାପ ଯୋଗୁଁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଭଲ ବର୍ଷା ହୋଇଥିଲା । ଲଘୁଚାପ ସକ୍ରିୟ ରହିବା ସହ ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିଲା । ହେଲେ ଏହା ପରଠାରୁ କୌଣସି ଲଘୁଚାପ ନହେବା କାରଣରୁ ରାଜ୍ୟରେ ବିଶେଷ ବର୍ଷା ହୋଇପାରୁନାହିଁ । ଗତ ୨ଦିନ ତଳେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ ରାଜ୍ୟରେ କିଛି ପରିମାଣରେ ବର୍ଷା ହୋଇଥିଲା । ହେଲେ ଏବେ ଘୂର୍ଣ୍ଣିବଳୟ ପ୍ରଭାବ କମ୍ ରହିବା କାରଣରୁ ବିଶେଷ ବର୍ଷା ହୋଇପାରିନି । ସାଧାରଣତଃ ବଙ୍ଗୋପସାଗରରେ ଲଘୁଚାପ ହେବା ଦ୍ୱାରା ମୌସୁମୀ ଟ୍ରଫ୍ ବଙ୍ଗୋପସାଗରକୁ ଆସିଥାଏ । ଏହାସହିତ ବଙ୍ଗୋପସାଗରରେ ଲଘୁଚାପ ହେଲେ ଉଭୟ ବଙ୍ଗୋପସାଗର ଓ ଆରବସାଗରରୁ ପବନ ଟାଣିଥାଏ । ଉଭୟ ପଟରୁ ଜଳୀୟ ବାଷ୍ପ ମିଳିବା ଯୋଗୁଁ ବର୍ଷା ପାଇଁ ଏହା ଅନୁକୂଳ ସ୍ଥିତି ସୃଷ୍ଟି ହୋଇଥାଏ । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଗତ ୨ଦିନରେ ୬ପ୍ରତିଶତ ନିଅଣ୍ଟିଆ ଭରଣ ହୋଇଛି । ଚଳିତ ମୌସୁମୀ ଋତୁରେ ୧ଜୁନରୁ ୭ଜୁଲାଇ ମଧ୍ୟରେ ୨୦୬.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହା ସ୍ୱାଭାବିକ ବର୍ଷା ୨୭୬.୬ ମିଲିମିଟର ତୁଳନାରେ ୨୫ ପ୍ରତିଶତ କମ୍ ରହିଛି । ଏହି ପରିଧି ମଧ୍ୟରେ ଦେବଗଡ଼ ଜିଲ୍ଲାରେ ସର୍ବାଧିକ ୪୧୦.୮ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ୨୬୮.୩ ମିଲିମିଟର ତୁଳନାରେ ୫୩ ପ୍ରତିଶତ ଅଧିକ ରହିଛି । ସେହିପରି କଳାହାଣ୍ଡି ଜିଲ୍ଲାରେ ସର୍ବନିମ୍ନ ୧୧୭.୫ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ୩୨୫.୧ ମିମି ବର୍ଷା ରେକର୍ଡ କରାଯାଇଛି । ହେଲେ ଏହା ସ୍ୱାଭାବିକ ବର୍ଷା ୧୦.୮ ତୁଳନାରେ ୪୫ପ୍ରତିଶତ ଅଧିକ ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc