ଜୁଲାଇ ୨୪ରେ ହେବ ରାଜ୍ୟସଭା ନିର୍ବାଚନ । ଏଥିପାଇଁ ଅଣ୍ଟାଭିଡ଼ିଛି ବିଜେପି । ଏପରିକ୍ଷେତ୍ରରେ ପଶ୍ଚିମବଙ୍ଗର ୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ବିଜେପି ଏଠାରୁ ପ୍ରଥମ ଆସନ ପାଇବାକୁ ଯାଉଛି । ବାକି ୫ଟି ଆସନରେ ଶାସକ ତୃଣମୂଳ କଂଗ୍ରେସ ଜିତିବାର ସମ୍ଭାବନା ରହିଛି । ଗତ ନିର୍ବାଚନରେ ବିଜେପିର ୭୭ଜଣ ବିଧାୟକ ଜିତିଥିବା ବେଳେ ଦଳବଦଳ ଯୋଗୁଁ ବର୍ତ୍ତମାନ ୭୦ଜଣ ବିଧାୟକ ଅଛନ୍ତି । ଏଣୁ ମାତ୍ର ଗୋଟିଏ ରାଜ୍ୟସଭା ଆସନରେ ବିଜେପି ଜିତିବାର ସମ୍ଭାବନା ଥିବାବେଳେ ଏଥିପାଇଁ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ଚାଲିଛି ଅଙ୍କକଷା । ଏ ବାବଦରେ ପ୍ରସ୍ତାବ ଦେବାକୁ କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟ ବିଜେପି ଶାଖାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ସ୍ଥିତି ଭିତରେ ବିଜେପି ରାଜ୍ୟ ଶାଖା ପକ୍ଷରୁ ୫ଜଣଙ୍କ ନାଁ ପଠାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।
ପଶ୍ଚିମବଙ୍ଗରୁ ବିଜେପିକୁ ମିଳିବ ଗୋଟିଏ ରାଜ୍ୟସଭା ଆସନ
previous post