Home Breaking News ଦିନ ର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର ଉପରେ ପକାନ୍ତୁ ନଜର

ଦିନ ର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର ଉପରେ ପକାନ୍ତୁ ନଜର

by Admin
0 comment

୧-ଆମ ପୋଖରୀ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୧୧୫ଟି ପୌରାଞ୍ଚଳର ୨ ହଜାରଟି ବୃହତ ଜଳାଶୟର କରାଯିବ ନବୀକରଣ।

୨-DN ହୋମ୍ସରେ ଦ୍ୱିତୀୟ ଦିନରେ IT ରେଡ୍‌ : ମିଳିଲା ୧୦୦ କୋଟିରୁ ଅଧିକ ଟଙ୍କାର କ୍ୟାସ ରସିଦ।

୩-ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ: କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଆଗୁଆ।

୪-ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର, ସୁପାରି କଲେ ସୁପ୍ରିମକୋର୍ଟ କଲିଜିୟମ।

୫-ପରିବାର ଉପରେ ‘ପରିବା’ ବୋଝ।ଅଧିକାଂଶ ପରିବା ଶହେ ଉପରେ । ଲଙ୍କା ଖାଇବାକୁ ବି ଲାଗୁଛି ଡର।

୬-ରାଜ୍ୟରେ ବ୍ୟାପିଲାଣି ଆଖିଧରା ରୋଗ; ମାର୍ଗଦର୍ଶିକା ଜାରି କଲା ସ୍ୱାସ୍ଥ୍ୟ ବିଭାଗ।

୭-ଭୁବନେଶ୍ୱର:+୨ ତତ୍କାଳ ପରୀକ୍ଷା,୧୦ରୁ ହବ୍ ରେ ପହଞ୍ଚିବ ପ୍ରଶ୍ନପତ୍ର।

୮-ଆନଦ ଟପ୍ନୋ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ।

୯-ଯୁବ ବିଜେଡିକୁ ନବୀନଙ୍କ ମନ୍ତ୍ର: ସାମାଜିକ ଗଣମାଧ୍ୟମରେ ସକ୍ରିୟ ରୁହ।

୧୦-ବୁର୍ଲା:ଭିମସାରରେ ଏମକେସିଜି ଛାତ୍ରଙ୍କୁ ଆକ୍ରମଣ ଘଟଣା, ତଦନ୍ତ କରିବ ଚାରିଜଣିଆ କମିଟି,୧୫ ଦିନରେ ଦାଖଲ କରିବେ ରିପୋର୍ଟ।

୧୧-ଭଦ୍ରକ ବ୍ଲକ ଖଣ୍ଡତଡା ୟୁଜିଏମଇ ସ୍କୁଲ:ମଧ୍ୟାହ୍ନ ଭୋଜନ ଖାଇ ୨୪ ଛାତ୍ରଛାତ୍ରୀ ଅସୁସ୍ଥ।

୧୨-କଟକ:ସାପ ଧରାଳି ଭାବେ ପରିଚିତ ବିଭୁଦତ୍ତ ଜେନାଙ୍କ ପରଲୋକ।ବ୍ରେନ ଷ୍ଟୋକରେ ମୃତ୍ୟୁ ହୋଇଥିବା ସୂଚନା

୧୩-୫ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି।

୧୪-୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍‌ସ ଜାଲରେ ଧରା ପଡ଼ିଲେ ସୁକିନ୍ଦା ଥାନା ଏସଆଇ।

୧୫-ଭଦ୍ରକ ବ୍ଲକ ଅଧିନସ୍ଥ ରାହାଞ୍ଜ ଅଞ୍ଚଳ:ଛତୁ ତରକାରୀ ଖାଇ ଦୁଇ ପରିବାରର ୬ ଜଣ ଅସୁସ୍ଥ, ମେଡିକାଲରେ ଭର୍ତ୍ତି।

୧୬-କର୍ଣ୍ଣାଟକ:ପରିବା ଦର ବୃଦ୍ଧି ଭିତରେ ଆସିଲା ଅଭାବନୀୟ ଖବର, ବିଲରେ ପଶି ୨.୫ଲକ୍ଷ ଟଙ୍କାର ବିଲାତି ଚୋରି କରିନେଲେ ଚୋର।

୧୭-ହରିୟଣାରେ ୪୫ ରୁ ୬୦ ବର୍ଷ ଭିତରେ ଥିବା ଅବିବାହିତ ମହିଳା ଏବଂ ପୁରୁଷଙ୍କୁ ମିଳିବ ମାସିକ ୨,୭୫୦ ଟଙ୍କାର ପେନସନ୍‌।

୧୮-ବଦଳିଲା ତାରିଖ, ଜୁଲାଇ ୧୪ରେ ‘ଚନ୍ଦ୍ରଯାନ-୩’ ଉତ୍‌କ୍ଷେପଣ।

୧୯-ଉତ୍ତର ପ୍ରଦେଶ: ମାଙ୍କଡ଼ ହେଲା ଲକ୍ଷପତି, ବାଇକ୍‌ରୁ ନେଇଗଲା ନଗଦ ୧ ଲକ୍ଷ ଟଙ୍କା!

୨୦-ମଧ୍ୟପ୍ରଦେଶରେ ପରିସ୍ରା କାଣ୍ଡକୁ ନେଇ ଜାରି ରହିଛି ବୟାନବାଜି । ପୀଡିତଙ୍କ ବାପାଙ୍କ ଗୋଡ ଧୋଇଦେଲେ ମୁଖ୍ୟମନ୍ତ୍ରୀ।

୨୧-ଜକା ଅସରଫ ହେଲେ ପାକିସ୍ତାନ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପରିଚାଳନା କମିଟି ଅଧ୍ୟକ୍ଷ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc