ଭୁବନେଶ୍ୱର : ଖାଉଟି ମୁଣ୍ଡରେ ଚଡକ ,ହୁ ହୁ ହେଇ ବଢୁଛି ଦରଦାମ । ମହଙ୍ଗା ମାଡ଼ରୁ ନାହିଁ ନିସ୍ତାର ପାଉନି ଖାଉଟି ।ଦରଦାମ ର ବୋଝ ଆଗରେ ଫିକା ପଡିଛି ରୋଷେଇ ଘର ର କଷ୍ଟ । ପନିପରିବା ଦର ଖାଉଟିଙ୍କ ଉପରେ ଚଡ଼କ ପକାଇଥିବା ବେଳେ ଏବେ ହାଣ୍ଡିଶାଳରେ ମହଙ୍ଗ ହୋଇଛି ଛୁଙ୍କ । ଜିରା କେଜି ହଜାରେ ଟଙ୍କାରେ ପହଞ୍ଚିଛି । ୧୫ଦିନ ତଳେ ଜିରା ଦର ୫୫୦ଟଙ୍କା ଥିଲା । ଦୁଇ ଦିନ ତଳେ ୭ଶହ ଛୁଇଁଥିଲା । ଏବେ ଜିରା ହେଲାଣି ହୀରା । ଜିରା ଦର କେଜି ପ୍ରତି ହଜାରେ ଥିବାରୁ ଖାଉଟିଙ୍କ ନିଦ ହଜିଛି ।
