ନିରପେକ୍ଷ(ଭୁବନେଶ୍ୱର) : ସବୁ ପ୍ରତୀକ୍ଷା ର ଅନ୍ତ ରାଜ୍ୟ ରେ ଆଜିଠୁ ଯୁକ୍ତଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା । ୧୩ ତାରିଖ ଯାଏ ନାମ ଲେଖାଇବେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ । ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏ ନାମଲେଖା ହେବ । ଗତକାଲି ପ୍ରଥମ ପର୍ଯ୍ୟାୟ ମେଧାତାଲିକାରେ ସିଟ ଆବଣ୍ଟନ ହୋଇଥିବା ଛାତ୍ରଛାତ୍ରୀ ଆଡମିଶନ କରିବେ ।
