ନିରପେକ୍ଷ(କଟକ) : ଆଉ ଦର୍ଶନ ପାଇଁ ଭକ୍ତ ଙ୍କ ମନରେ ଉପୁଜି ବନି ଶଙ୍କା । କାରଣ ପ୍ରସିଦ୍ଧ ଧବଳେଶ୍ୱର ଶୈବପୀଠକୁ ଯିବା ପାଇଁ ନିର୍ମାଣ ହୋଇଥିବା କଂକ୍ରିଟ୍ ସେତୁ ବୁଧବାରଠାରୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହୋଇଛି। ଧବଳେଶ୍ୱର ପୂଜକ ସମାଜ ସଭାପତି ବିଷ୍ଣୁଚରଣ ପତ୍ରୀ ଓ ସମ୍ପାଦକ ନରେନ୍ଦ୍ର କୁମାର ପଣ୍ଡାଙ୍କ ନେତୃତ୍ୱରେ ପୂଜକମାନେ ସକାଳ ପ୍ରାୟ ୮ଟାରେ ସେତୁ ଉପରେ ପୂଜାର୍ଚ୍ଚନା କରିବା ପରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି ।

ସୂଚନାଯୋଗ୍ୟ, ଧବଳେଶ୍ୱର ପୀଠକୁ ଯିବା ପାଇଁ ଡଙ୍ଗା ହେଲେ ବର୍ଷାଋତୁ ସମୟରେ ବାରମ୍ବାର ଅଘଟଣ ଘଟି ଜୀବନହାନି ଘଟୁଥିଲା ଓ ଅପରପକ୍ଷରେ ଝୁଲାପୋଲର ଭବିଷ୍ୟତକୁ ଦୃଷ୍ଟିରେ ରଖି ମହାନଦୀ ଉପରେ କଂକ୍ରିଟ୍ ସେତୁ ନିର୍ମାଣ ପାଇଁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ, ନାଗରିକ, ଜନସାଧାରଣ ଓ ଗଣମାଧ୍ୟମ ପ୍ରତିନିଧିମାନେ ଦାବି କରିଆସୁଥିଲେ। ଫଳରେ ବିଜୁସେତୁ ଯୋଜନାରେ ୨୩ କୋଟି ଟଙ୍କା ବ୍ୟୟରେ ୨୦୨୨ ମେ’ ମାସରୁ କଂକ୍ରିଟ୍ ସେତୁ ଆରମ୍ଭ ହୋଇଥିଲା।
