ନିରପେକ୍ଷ : ବାପା ଦିଗାମ୍ବର ନାଏକ ଜଣେ ଚାଷୀ ଦିନ ମଜୁରିଆ ଲୋକ। ପରିବାର କହିଲେ 4ଜଣ ବାପା,ମା, ବଡପୁଅ(25) ଓ ସାନଝିଅ (20) ,ବାପା ଦିଗାମ୍ବର ଲୋକଙ୍କର କାମ କରିବା ପାଇଁ ଯାନ୍ତି । ଆଉ ସେଥିରୁ ଯାହା ଦୁଇ ପଇସା ମିଳେ ସେଥିରେ ହସଖୁସି ରେ ସଂସାର ଚଳିଯାଏ। ଆଜିକୁ ଚାରି ବର୍ଷ ତଳର କଥା ଦିନେ ହଟାତ ବଡ଼ ପୁଅ ଗଗନ ଏଣେ ତେଣେ ବାଉଳି ଚାଉଳି ହେଲା।ଏବଂ ଲୋକଙ୍କୁ ଘଉଡ଼ାଇଲା,ଗଗନ ର ବାପା ଜାଣି ପାରି ତାକୁ ବିଭିନ୍ନ ମେଡିକାଲ ଦେଖାଇ ଔଷଧ ଖୁଆଇଲା ପରେ କିଛି ଦିନ ସୁସ୍ଥ ରହିଲା ,ତାପରେ ପୁଣି ଆରମ୍ଭ ହେଲା ପାଗଳାମି। ମେଡିକାଲ କୁ ଦୌଡ଼ି ଦୌଡ଼ି ବହୁତ ଅର୍ଥ ଖର୍ଚ୍ଚ କଲେଣି ଆଉ ତାଙ୍କ ପାଖରେ ଅର୍ଥ ନାହିଁ।ପରିବାର ଲୋକ ଶାଗ ପଖାଳ ଖାଇ ଦିନ କାଟୁଛନ୍ତି।ଏପଟେ ଗଗନ ର ବାପା ଓ ପୁଅ ସୋଇଥିବା ବେଳେ ବାପା କୁ ଚକମା ଦେଖାଇ ରାତି ଅଧ ରେ କେଉଁ ଆଡେ ପଳାଉଛି ଯେ ଦୁଇ ତିନି ଦିନ ହେବ ବାପା ମା ଓ ତାର ସାନ ଭଉଣୀ ଖୋଜୁଥିବେ।
