
ନିରପେକ୍ଷ(ଭୁବନେଶ୍ୱର)୦୫/୦୭ : ଆଉ ଦ୍ଵନ୍ଦ ରେ ରହିବେନି ଅବକାରୀ ପୋଲିସ । ଏଣିକି ଆଉ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାରେ ସମସ୍ୟା ଦେଖାଯିବନି । କାରଣ ଅବକାରୀ ବିଭାଗରେ କାର୍ଯ୍ୟ କରୁଥିବା କନଷ୍ଟେବଳରୁ ଏଏସ୍ଆଇ ପାହ୍ୟାର ଅଧିକାରୀ ପଢ଼ିବେ ଆଇନ ପାଠ। ଏନେଇ ଅବକାରୀ ବିଭାଗ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ଖୁବ୍ ଶୀଘ୍ର ସେମାନେ ଆଇପିସି, ସିଆରପିସି ବିଷୟରେ ଜାଣିବେ।
