Home news ୧୫ ଟଙ୍କାରେ ମିଳିବ ପେଟ୍ରୋଲ !

୧୫ ଟଙ୍କାରେ ମିଳିବ ପେଟ୍ରୋଲ !

by Admin
0 comment

ନିରପେକ୍ଷ(ବ୍ୟୁରୋ) : ଭାରତରେ ଦେଖାଦେଇଛି ଆର୍ôଥକ ମାନ୍ଦାବସ୍ଥା । ଦେଶରେ ନିତ୍ୟ ବ୍ୟବହୃତ ସାମଗ୍ରୀର ଦର ଏବେ ଆକାଶଛୁଆଁ । ହୁହୁ ହୋଇ ବଢିଚାଲିଛି ଅତ୍ୟାବଶ୍ୟକୀୟ ପେଟ୍ରୋଲର ଦର । ହେଲେ ଖୁବଶୀଘ୍ର ପେଟ୍ରୋଲ ଲିଟର ହେବ ୧୫ଟଙ୍କା । ଏଭଳି କହିଛନ୍ତି, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀ । ଆଜି ରାଜସ୍ଥାନର ଉଦୟପୁରରେ ଆୟୋଜିତ ଏକ ସଭାରେ ଏଭଳି ମନ୍ତବ୍ୟ ଦେଇଛନ୍ତି ଗଡକରୀ । ପରେ ସେ କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ବିଷୟରେ କହିବା ସହ ଆଗାମୀ ନିର୍ବାଚନରେ ପୁଣିଥରେ ବିଜେପି ସରକାରଙ୍କୁ ସମର୍ଥନ କରିବାକୁ ଆହ୍ୱାନ କରିଛନ୍ତି । ଉଦୟପୁରରେ ଗଡ଼କରୀ ୫ହଜାର ୬୨୫ କୋଟି ଟଙ୍କାର ୧୧ଟି ରାଜମାର୍ଗର ଶିଳାନ୍ୟାସ ବି କରିଥିଲେ ।

ଏହାସହ ସେ କଂଗ୍ରେସ ସରକାରଙ୍କ ୬୦ବର୍ଷର ବିଫଳତାର କାହାଣୀ ମଧ୍ୟ ବଖାଣିଛନ୍ତି । ନୀତିନ ଗଡକରୀ ତାଙ୍କ ଅଭିଭାଷଣରେ କହିଛନ୍ତି, ବର୍ତ୍ତମାନ କୃଷକ କେବଳ ଖାଦ୍ୟ ଯୋଗାଣକାରୀ ନୁହଁନ୍ତି ବରଂ ଆଗକୁ ଶକ୍ତି ଯୋଗାଣକାରୀ ମଧ୍ୟ ସାବ୍ୟସ୍ତ ହେବ । ଇଥାନଲ ଓ ସୌର ଉର୍ଜ୍ଜା ଉତ୍ପାଦନ କରି ଶକ୍ତି ଯୋଗାଣ ହୋଇପାରିବ । ଅଗଷ୍ଟରେ ଏକ ନିର୍ଦ୍ଦିଷ୍ଟ କମ୍ପାନୀର ଗାଡି ଲଞ୍ଚ୍ ହୋଇଛି । ଆଉ ସେହି ଗାଡିଗୁଡିକ ଚାଷୀଙ୍କ ଦ୍ୱାରା ପ୍ରସ୍ତୁତ ଇଥାନଲରେ ଚାଲିବ ।

୬୦ପ୍ରତିଶତ ଇଥାନଲ, ୪୦ପ୍ରତିଶତ ବିଦ୍ୟୁତ୍ ନିଆଗଲେ ହାରାହାରି ୧୫ଟଙ୍କାରେ ବିକ୍ରି ହୋଇପାରିବ ପେଟ୍ରୋଲ । ଏହାଦ୍ୱାରା ୧୬ଲକ୍ଷ କୋଟି ଟଙ୍କା ଆମଦାନୀ ହେବା ସହ ଉକ୍ତ ଟଙ୍କା କୃଷକଙ୍କ କାମରେ ବି ଲାଗିବ । ବାହାନର ଉଦ୍ୟୋଗ କାରବାରକୁ ଦ୍ୱିଗୁଣିତ କରି ୧୫ଲକ୍ଷ କୋଟି ଟଙ୍କା କରିବା ବିଜେପି ସରକାରଙ୍କ ମୂଳ ଉଦ୍ଦେଶ୍ୟ । ଏପରିକ୍ଷେତ୍ରରେ ଏବେ ବାହାନ ଉଦ୍ୟୋଗ କାରବାର ହେଉଛି ୭.୫ଲକ୍ଷ କୋଟି ଟଙ୍କା । ଏହି କାରବାର ପାଇଁ ୪ଲକ୍ଷ କୋଟି ଲୋକଙ୍କୁ ରୋଜଗାର ବି ମିଳିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ଏଥିପାଇଁ ଉଦ୍ୟୋଗ ସରକାରଙ୍କୁ ସବୁଠାରୁ ଅଧିକ ସେବାକର ଉପଲବ୍ଧ କରାଉଛି । ଯାହାଫଳରେ ଆଗାମୀ ଦିନରେ ଏହି ବ୍ୟବସାୟକୁ ବୃଦ୍ଧି କରାଯାଇ ୧୫ଲକ୍ଷ କୋଟି କାରବାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି ।

ଫଳରେ ଦେଶରେ ଅଧିକ ୧୦କୋଟି ଲୋକଙ୍କୁ ନିଯୁକ୍ତି ମିଳିପାରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାସହ ଗଡ଼କରୀ ସଭାରେ ବିରୋଧୀ କଂଗ୍ରେସ ଉପରେ ମନଭରି ବର୍ଷିଛନ୍ତି । କଂଗ୍ରେସ ୬୦ବର୍ଷ ଧରି ଶାସନ କରିଥିଲେ ବି ଗରିବ ହଟାଅ ନାରା ଦେଇ ଲୋକଙ୍କୁ ଭୂଆଁ ବୁଲାଇଛି । ହେଲେ ସାଧାରଣ ଲୋକଙ୍କ ଅର୍ଥନୀତି ତଳକୁ ଯିବା ସହ କେବଳ କଂଗ୍ରେସ ନେତାଙ୍କ ଗରିବୀ ଦୂର ହୋଇପାରିଛି ବୋଲି କହିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀ ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc