
ନିରପେକ୍ଷ(ଭୁବନେଶ୍ୱର)୦୫/୦୭ :ସାଧାରଣ ନିର୍ଵାଚନ କୂଅ ଆଉ ମାସ କେତେ ମାସ ବାକି ,ହାତରେ ଆଉ କମ ସମୟ ,ଏବେ ଆରମ୍ଭ ହେଲାଣି ପ୍ରସ୍ତୁତି ,ବୈଠକ ପରେ ବୈଠକ ଚାଲୁଛି । ତେବେ ଚଳିତ ମାସ ୬,୭ ଓ ୮ ତାରିଖ ଦିନ ଆସାମର ଗୈାହାଟୀଠାରେ ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସାଧାରଣ ସଂପାଦକ ମାନସ କୁମାର ମହାନ୍ତି, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଶ୍ରୀମତୀ ଡି.ପୁରନ୍ଦେଶ୍ୱରୀ ଏବଂ ରାଜ୍ୟ ସହ ପ୍ରଭାରୀ ବିଜୟ ପାଲ୍ ସିଂହ ତୋମାର ପ୍ରମୁଖ ଯୋଗ ଦେବେ ।

ଅଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ପାର୍ଟୀର ସାଂଗଠନିକ କାର୍ଯ୍ୟ ଏବଂ ନିର୍ବାଚନ ରଣନୀତି ସଂପର୍କରେ ଏହି ବୈଠକରେ ବିସ୍ତୃତ ଆଲୋଚନା ହେବ । ଏଥି ସହ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି, ଶାସକ ବିଜୁ ଜନତା ଦଳ ଦ୍ୱାରା ଗଣତନ୍ତ୍ରକୁ ହତ୍ୟା କରାଯିବାର ପ୍ରଚେଷ୍ଟା, ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ଚଞ୍ଚକତା କରାଯାଇ ରାଜ୍ୟ ସରକାର ନିଜସ୍ୱ ଯୋଜନାରେ ରୁପାନ୍ତରିତ କରିବାର ହୀନ ପ୍ରୟାସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି, କେନ୍ଦ୍ରରୁ ଆସୁଥିବା ଟଙ୍କାକୁ ହଡପ୍ କରିବା ଆଦି ପ୍ରସଙ୍ଗକୁ ମଧ୍ୟ ବିସ୍ତୃତ ଭାବେ କେନ୍ଦ୍ରୀୟ ନେତୃମଣ୍ଡଳୀଙ୍କ ସହ ଆଲୋଚନା କରାଯିବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି ।
