ନିରପେକ୍ଷ(ବ୍ୟୁରୋ)௦୪௦୭ :ଆରମ୍ଭ ହୋଇଛି ଶ୍ରାବଣ ମାସ ।ଏହି ମାସରେ ମହାଦେବ ଙ୍କୁ ସ୍ୱତନ୍ତ ଉପାସନା କରାଯାଏ ।କାଉଡିଆ ମାନେ ପାଣି ଭରା ନେଇ ଜଳାଭିଷେକ କରନ୍ତି ଦେବା ଦେବା ମହାଦେବ ଙ୍କୁ ।ତେବେ ଶ୍ରାବଣ ମାସର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରିଛନ୍ତି ରୁଦ୍ରାଭିଷେକ ଓ ହୋମ ଯଜ୍ଞ । ଚରାଚର ଜଗତ ପ୍ରତି କୃପା ବୃଷ୍ଟି କରୁଥିବା ପ୍ରଭୁ ଶଙ୍କରଙ୍କ ଅତି ପ୍ରିୟ ମାସ ଶ୍ରାବଣର ପ୍ରଥମ ଦିନରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ଗୋରକ୍ଷ ପୀଠର ପାଠାଧୀଶ୍ୱର ଯୋଗୀ ଆଦିତ୍ୟନାଥ ରୁଦ୍ରାଭିଷେକ ଓ ହୋମ ଯଜ୍ଞ କରିଛନ୍ତି । ସେ ରୁଦ୍ରାଭିଷେକ ଅନୁଷ୍ଠାନ ପୂର୍ଣ କରିବା ସହ ଦେବାଧିଦେବ ମହାଦେବଙ୍କ ନିକଟରେ ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରିଛନ୍ତି ।
