ରାଜଧାନୀ ରେ ଥମିବାରେ ନାଁ ନେଉନି ଅପରାଧ ,ପ୍ରତିଦିନ କିଛି ନ କିଛି ଅପରାଧିକ ଘଟଣାବଳି ଦେଖିବାକୁ ମିଳୁଛି l ଆଖି ବୁଲାଇଲେ ଲୁଟପାଟ ,ଚୋରି ,ଡକାୟତି ରାହାଜାନି ଭଳି ଘଟଣା ଆଖି ପିଛୁଳାକେ ଘଟାଇ ଚାଲିଛି l ପୋଲିସ କୁ ଖୁଲମ ଖୋଲା ଚ୍ୟାଲେଞ୍ଜ କରୁଛନ୍ତି ଅପରାଧୀ l ପୁଣି ରାଜଧାନୀ ରେ ମାତିଛନ୍ତି ଲୁଟେରା।ପୁଣି ଲୁଟ ହୋଇଛି IPS ସାଗରିକା ନାଥଙ୍କ ବାପା, ମା’ଙ୍କୁ ଠାରୁ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଘାଟିକିଆ ରାସ୍ତାରେ ଦୁର୍ବୃତ୍ତମାନେ ଏହି ଲୁଟ୍ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, IPS ସାଗରିକା ନାଥଙ୍କ ବାପା ଓ ମା’ ଗତକାଲି ବିଳମ୍ବିତ ରାତିରେ କାର୍ରେ ଆମ୍ରି ହସ୍ପିଟାଲ ନିକଟ ସତ୍ୟସାଇ ଏନକ୍ଲେଭ ସ୍ଥିତ ଘରକୁ ଫେରୁଥିଲେ। ଏହି ସମୟରେ ୨ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ସେମାନଙ୍କ କାର୍କୁ ଅଟକାଇ ଥିଲେ। ଏହାପରେ ଦୁର୍ବୃତ୍ତମାନେ ସେମାନଙ୍କ ଠାରୁ ଲୁଟ୍ ଉଦ୍ୟମ କରିଥିଲେ।
