Home Politics ମହାରାଷ୍ଟ୍ର ପଲ୍ଲଟିକାଲ ଫାଇଟ : ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଅଜିତ ପାୱାର

ମହାରାଷ୍ଟ୍ର ପଲ୍ଲଟିକାଲ ଫାଇଟ : ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଅଜିତ ପାୱାର

by Admin
0 comment

ନିରପେକ୍ଷ(ମୁମ୍ବାଇ)௦୨/௦୭ : ସବୁବେଳେ ଚର୍ଚ୍ଚାରେ ଥାଏ ମହାରାଷ୍ଟ୍ର ରାଜନୀତି l ଆଉ ସେହି ଚର୍ଚ୍ଚା ଭିତରେ ମହାରାଷ୍ଟ୍ର ରାଜନୀତି ରେ ଆଜି ଭିନ୍ନ ଏକ ମହାନାଟକ ଦେଖିବାକୁ ମିଳିଛି | ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଏକନାଥ ସିନ୍ଦେଙ୍କ ସରକାରରେ ଯୋଗ ଦେଇଛନ୍ତି ଏନସିପିର ବରିଷ୍ଠ ନେତା ଅଜିତ ପାୱାର | ଅଜିତ ପାୱାରଙ୍କ ସହ ଛଗନ ଭୁଜବଳ ଓ ୨୯ରୁ ଅଧିକ ବିଧାୟକ ଯୋଗ ଦେଇଛନ୍ତି | ଆଜି ରାଜଭବନରେ ରାଜ୍ୟପାଳ ରମେଶ ବୈଷ ଅଜିତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି | ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବାବେଳେ ଛଗନ ଭୁଜବଳ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି |

ଅଜିତଙ୍କ ବ୍ୟତୀତ ଧର୍ମରାଓ ଅନ୍ନମ, ସୁନୀଲ ବାଲସାଦେ, ଅଦିତି ତଟକରେ, ହସନ ମୁସରିଫ, ଧନଞ୍ଜୟ ମୁଣ୍ଡେ, ଅନିଲ ପାଟିଲ, ଦିଲୀପ ବଲସେ ପ୍ରମୁଖ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି | ଉଲ୍ଲେଖ ଥାଉ କି କିଛିଦିନ ତଳେ ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ସୁପ୍ରିୟା ସୁଲେ ଏବଂ ପ୍ରଫୁଲ୍ଲ ପଟେଲଙ୍କୁ ଦଳର କାର୍ଯ୍ୟକାରୀ ସଭାପତି ଘୋଷଣା କରିଥିଲେ |

ତେବେ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ପାୱାରଙ୍କ ପୁତୁରା ଅଜିତ ପାୱାରଙ୍କୁ ନେଇ କୌଣସି ଘୋଷଣା କରିନଥିଲେ । ସେତେବେଳେ ଶରଦ ପାୱାର କହିଥିଲେ ଯେ, ଅଜିତ ପାୱାରଙ୍କ ପାଖରେ ଦଳର ଅଧିକ ଦାୟିତ୍ବ (ରାଜ୍ୟ ବିରୋଧୀ ଦଳ ନେତା ପଦ) ରହିଥିବାରୁ ତାଙ୍କୁ ଆଉ କୌଣସି ନୂଆ ଦାୟିତ୍ବ ଦିଆଯାଇନାହିଁ। ଆଉ ପାୱାରଙ୍କ ବଡ଼ ନିଷ୍ପତ୍ତି ପରେ ଅଜିତ ପାୱାର କ୍ଷୁବ୍ଧ ହୋଇଥିଲେ । ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଅଜିତ ପାୱାରଙ୍କୁ ୫୩ ଏନସିପି ବିଧାୟକଙ୍କ ମଧ୍ୟରୁ ୨୯ ଜଣଙ୍କ ସମର୍ଥନ ଥିବାର କୁହାଯାଉଥିବାବେଳେ ବିଜେପିର ପଲା ଭାରି ହୋଇଛି |

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc