
ନିରପେକ୍ଷ(ବ୍ୟୁରୋ)௦୨/0୭ : ଲୁଚକାଳି ଖେଳୁଛି ମୌସୁମୀ ,ପ୍ରବଳ ଗୁଳୁଗୁଳି ସହିତ ପାଗରେ ଆସୁନି ପରିବର୍ତ୍ତନ l ମୌସୁମୀ ଦୁର୍ବଳ ଯୋଗୁଁ ରାଜ୍ୟରେ ସାମାନ୍ୟ ତାପମାତ୍ରା ବଢିଛି । ଗରମ, ଗୁଳୁଗୁଳିରେ କଲବଲ୍ ହେଉଛନ୍ତି ରାଜ୍ୟବାସୀ । ଉପକୂଳ ଓଡ଼ିଶାରେ ଅଧିକ ଗୁଳୁଗୁଳି ଅନୁଭୂତ ହେଉଛି । ଆସନ୍ତା ୪ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।
