ନିରପେକ୍ଷ(ନୂଆଦିଲ୍ଲୀ) ௦୨/௦୭ ::ଇତି ମଧ୍ୟରେ ଭାରତରେ ପ୍ରବେଶ କରିଛି ମୋୖସୁମୀ ବାୟୁ ,ଏହାର ପ୍ରଭାବ ରେ ଗୁଜୁରାଟରେ ମୌସୁମୀ ଜନିତ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି । ଏପର୍ଯ୍ୟନ୍ତ ଗୁଜୁରାଟରେ ୧୧ ଲୋକଙ୍କ ମୃତ୍ୟ ହୋଇସାରିଛି। ତେବେ ଲଗାଣ ବର୍ଷାରୁ ଏବେ ରାହତ ମିଳିବନି ବୋଲି କହିଛି ଆଇଏମଡି। ଜୁଲାଇ ୨ ପାଇଁ ଜୁନାଗଢ, ଜାମନଗର, ବଲସାଡ ଏବଂ ସୁରଟ ରେ ପ୍ରବଳ ବର୍ଷା ର ଚେତାବନୀ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ବଲସାଡରେ ଔରଙ୍ଗା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। କିଛି ଗାଁ ମାନଙ୍କରେ ତିନିରୁ ୪ ଫୁଟର ପାଣି ପ୍ରବାହିତ ହେଉଛି।
