ନିରପେକ୍ଷ(ନୂଆଦିଲ୍ଲୀ/ବ୍ୟୁରୋ)௦୨/0୭ : ଲୁଚକାଳି ଖେଳୁଛି ମୌସୁମୀ ,ପ୍ରବଳ ଗୁଳୁଗୁଳି ସହିତ ପାଗରେ ଆସୁନି ପରିବର୍ତ୍ତନ l କିନ୍ତୁ ଆଗାମୀ ଜୁଲାଇ ମାସରେ ଉଭୟ ଦେଶରେ ଓ ରାଜ୍ୟରେ ଭଲ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗର ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର ।
ସେ ଜୁଲାଇ ମାସର ମୌସୁମୀ ବର୍ଷା ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଦେଶରେ ଜୁଲାଇ ମାସରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବାକୁ ଥିବା ବେଳେ ଓଡ଼ିଶାରେ ମଧ୍ୟ ସ୍ଵାଭାବିକରୁ ଅଧିକ ବର୍ଷା ହେବ । ସେ କହିଛନ୍ତି ଯେ, ୯୪ ରୁ ୧୦୬ ପ୍ରତିଶତ ବର୍ଷା ହେବା ନେଇ ଆକଳନ କରାଯାଇଛି ।
