Home Breaking News ଝାରପଡା ଗୁଳିକାଣ୍ଡ ଘଟଣା : ମୁଖ୍ୟ ଅଭିଯୁକ୍ତ ପ୍ରଭାତ ମାର୍ଥା ଗିରଫ

ଝାରପଡା ଗୁଳିକାଣ୍ଡ ଘଟଣା : ମୁଖ୍ୟ ଅଭିଯୁକ୍ତ ପ୍ରଭାତ ମାର୍ଥା ଗିରଫ

by Admin
0 comment

ନିରପେକ୍ଷ (ବ୍ୟୁରୋ/ଭୁବନେଶ୍ବର) 1/୦7: ଭୁବନେଶ୍ୱର ଝାରପଡା ଅଞ୍ଚଳରେ ଗୁଳିମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ବିଜେପି ନେତା ପ୍ରଭାତ ମାର୍ଥା ଏବଂ ତାର ସହଯୋଗୀ ଗିରଫ ହୋଇଥିବା ସୂଚନା ମିଳିଛି । ପୂର୍ବରୁ ପ୍ରଭାତଙ୍କ ୨ ବଡ଼ିଗାର୍ଡଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଗିରଫ ସଂଖ୍ୟା ୪ରେ ପହଞ୍ଚିଛି । ସେମାନଙ୍କ ଠାରୁ ଦୁଇଟି ବନ୍ଧୁକ, ଗୁଳି ଜବତ କରାଯାଇଛି । ଜବତ ବନ୍ଧୁକକୁ ଫୋରେନସିକ ଲ୍ୟାବକୁ ପଠାଯାଇଛି । ଉଭୟ ପକ୍ଷର ୮ ଜଣଙ୍କ ବୟାନ ରେକର୍ଡ କରାଯାଇଛି ।

ସୂଚନା ଅନୁସାରେ, ଗତ ବୁଧବାର ରାତିରେ ଏହି ଗୁଳିକାଣ୍ଡ ଘଟିଥିଲା । କର୍ପୋରେଟର ଶ୍ରୀଧର ଜେନାଙ୍କ ଭାଇ ଓ ପୁତୁରାଙ୍କୁ ଗୁଳିମାଡ ହୋଇଥିଲା । ପ୍ରଜାପତି ମଣ୍ଡପ ନିକଟରେ ଯାଉଥିବା ବେଳେ ପ୍ରଭାତ ମାର୍ଥା ଓରଫ୍‌ ଗୁଲ ମାର୍ଥାଙ୍କ ଗାଡ଼ି ଓ କର୍ପୋରେଟର ଶ୍ରୀଧରଙ୍କ ବଡ଼ ପୁତୁରା ଦୀପକ ଜେନାଙ୍କ ଗାଡ଼ି ମୁହାଁମୁହିଁ ହୋଇଥିଲା । ଏହାପରେ ଉଭୟ ପକ୍ଷଙ୍କ ମଧ୍ୟରେ ଗାଳିମନ୍ଦ ଆରମ୍ଭ ହୋଇଥିଲା । ଏହାପରେ ପ୍ରଭାତ ଓ ତା’ର ସହଯୋଗୀମାନେ ଦୁଇଟି ବନ୍ଧୁକରୁ ଆଖିବୁଜା ଗୁଳି ଚଳାଇଥିଲେ। ପ୍ରାୟ ୧୨ ରାଉଣ୍ଡ ଗୁଳି ଫୁଟିଥିଲା। ଗୋଟିଏ ଗୁଳି ଶିଖରଙ୍କ ବାମ ଗୋଡ଼ରେ ବାଜିଥିବା ବେଳେ ଆଉ ଏକ ଗୁଳି ଆଲୋକଙ୍କ ଗୋଡ଼ରେ ବାଜିଥିଲା। ସେହିଭଳି ଅନ୍ୟ ଦୁଇଟି ଗୁଳି ଆଉ ଦୁଇ ଜଣଙ୍କ ଗୋଡ଼ରେ ସାମାନ୍ୟ ବାଜି ଖସିଯାଇଥିଲା।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc