ନିରପେକ୍ଷ (ବ୍ୟୁରୋ/ନୂଆଦିଲ୍ଲୀ)30/୦୬: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାବର୍ତ୍ତନ ଉତ୍ସବରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପାଇଁ ଆଜି ମେଟ୍ରୋ ଟ୍ରେନ୍ ଚଢ଼ି ଦିଲ୍ଲୀ ବିଶ୍ବବିଦ୍ୟାଳୟକୁ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ମେଟ୍ରୋ ଟ୍ରେନ୍ ଯାତ୍ରାକାଳୀନ ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ସମ୍ପ୍ରସାରିତ ହେଉଛି। ସେଥିରେ ଦେଖାଯାଉଛି, ପ୍ରଧାନମନ୍ତ୍ରୀ ମୋଦୀ ‘ଡିଏମ୍ଆର୍ସି’ର ସାଧାରଣ ନାଗରିକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ନୀତିନିୟମ ମାନୁଛନ୍ତି। ମେଟ୍ରୋରେ ଯାଉଥିବା ସହଯାତ୍ରୀଙ୍କ ସହିତ କଥାବାର୍ତ୍ତା ମଧ୍ୟ କରୁଛନ୍ତି।

