ନିରପେକ୍ଷ (ବ୍ୟୁରୋ) ୨୮/୦୬: ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ୟୁପିର ସହାରନପୁର ନିକଟରେ କିଛି ଅସାମାଜିକ ଲୋକ ଚନ୍ଦ୍ରଶେଖରଙ୍କ ଉପରକୁ ଗୁଳି ଚଳାଇଛନ୍ତି । ଆକ୍ରମଣ ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଛି । ଚନ୍ଦ୍ରଶେଖରଙ୍କ ଅଣ୍ଟାରେ ଗୁଳି ବାଜିଥିବା ସୂଚନା ମିଳିଛି।
