
ନିରପେକ୍ଷ (ବ୍ୟୁରୋ/ନୂଆଦିଲ୍ଲୀ )୨୭/୬ : ପାଖେଇ ଆସୁଛି ନିର୍ବାଚନ ,ଏକଜୁଟ ହେଲେଣି ବିରୋଧୀ ,ଘନ ଘନ ବୈଠକ ,ତେବେ ଆସନ୍ତା ଲୋକସଭା ତଥା ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଘନ ଘନ ବୈଠକ କରୁଛି। କେତେକ ରାଜ୍ୟରେ ସ୍ଥିତିରେ ସୁଧାର ଆଣିବାକୁ କଂଗ୍ରେସ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ମିଳିଥିବା ସୂଚନା ଅନୁସାରେ, କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। କଂଗ୍ରେସର ନୂଆ କାର୍ଯ୍ୟ କମିଟିକୁ ନେଇ ଏହି ବୈଠକରେ ଆଲୋଚନା ହେବ।
