Home culture KT GLOBAL SCHOOLରେ UNICEF ଏବଂ ୟୁଥ ୱାଟରପ୍ଲସ ପକ୍ଷରୁ ଅନଲାଇନ ସୋସିଆଲ ମିଡ଼ିଆ ଚାଟ ବଟ କାର୍ଯ୍ୟକ୍ରମ

KT GLOBAL SCHOOLରେ UNICEF ଏବଂ ୟୁଥ ୱାଟରପ୍ଲସ ପକ୍ଷରୁ ଅନଲାଇନ ସୋସିଆଲ ମିଡ଼ିଆ ଚାଟ ବଟ କାର୍ଯ୍ୟକ୍ରମ

by Admin
0 comment

ନିରପେକ୍ଷ (ଖୋର୍ଦ୍ଧା)୨୭/୬: : ଦିନକୁ ଦିନ ବଢୁଥିବା ତାପମାତ୍ରା ଏବଂ ଜଳବାୟୁ ପରିବର୍ତ୍ତନ ଏବେ ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଛି । ଏବଂ ସମଗ୍ର ବିଶ୍ୱ କିଭଳି ଏହି ପରିସ୍ଥିତିରୁ ମୁକୁଳିବ ସେ ନେଇ ଏକ ଚାଲେଞ୍ଜ ଭାବେ ମାନବ ସମାଜ ଆଗରେ ଠିଆ ହୋଇଛି । ସମଗ୍ର ବିଶ୍ୱରେ ସମ୍ପ୍ରତି ଦେଖାଦେଇଥିବା ଜଳବାୟୁ ପରିବର୍ତ୍ତନରେ କିଭଳି ଯୁବକମାନଙ୍କୁ ଜଡିତ କରିବା ଏବଂ ଅଭିନବ ସମାଧାନ ଖୋଜିବା ପାଇଁ ଟେକ୍ନୋଲୋଜିର ଶକ୍ତି ବ୍ୟବହାର କରିବା ବର୍ତମାନ ସମୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ଏନେଇ ଆଜି ଖୋର୍ଦ୍ଧା ବରୁଣେଇ ନିକଟରେ ଥିବା KT GLOBAL SCHOOLରେ UNICEF ଏବଂ ୟୁଥ ୱାଟର ପ୍ଲସ ପକ୍ଷରୁ ଏକ ଅନଲାଇନ ସୋସିଆଲ ମିଡ଼ିଆ ଚାଟ ବଟ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଆଜି ଏହି କାର୍ଯ୍ୟକ୍ରମକୁ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଅନୁ ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଜଟିଳ ପରିସ୍ଥିତିରେ କିଭଳି ଆମକୁ ଆମ ପକୃତି ପାଇଁ ଲଢେଇ କରିବାକୁ ହେବ ଉପସ୍ଥିତ ଛାତ୍ରଛାତ୍ରୀ ଓ ଯୁବପୀଢ଼ିଙ୍କୁ କହିଥିଲେ । ସେହିଭଳି ଆଗକୁ ଆସୁଥିବା ଜଳର ଉତ୍କଟ ଅଭାବ ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି ।

ସେହିଭଳି ୟୁ ରିପୋର୍ଟରେ ଥିବା ୟୁଥଫରୱାଟର ପ୍ଲସ ଚାଟବଟ ପ୍ରୋଗ୍ରାମ ପୃଥିବୀର କୋଣ ଅନୁକୋଣରୁ ଯୁବକମାନଙ୍କ ପାଇଁ ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା ପାଇଁ ସେମାନଙ୍କର କାହାଣୀ, ଚିନ୍ତାଧାରା ଏବଂ ଧାରଣା ବାଣ୍ଟିବା ପାଇଁ ଏକ ସହଜ ପ୍ଲାଟଫର୍ମ ପ୍ରଦାନ କରିଛି । ଆଜିର କାର୍ଯ୍ୟକ୍ରମରେ ଯୁବକମାନଙ୍କୁ ଉତ୍ସାହିତ କରି ୟୁନିସେଫର ୱାଶ ଏବଂ ସିସିଏସ ବିଶେଷଜ୍ଞ ଶିପ୍ରା ସାକ୍ସେନା କହିଛନ୍ତି ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ଆମ ସମସ୍ତଙ୍କ ପାଇଁ ସବୁଠାରୁ ବଡ ଆହ୍ଵାନ ଅଟେ । ସକରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଯୁବକମାନଙ୍କ ଯୋଗଦାନ ଏବଂ ପ୍ରଯୁକ୍ତିବିଦ୍ୟାର ଶକ୍ତି ଉପରେ ଆମେ ବିଶ୍ୱାସ କରୁ । ଯୁବ ସ୍ୱରକୁ ବୃଦ୍ଧି କରିବା, ସଚେତନତା ସୃଷ୍ଟି କରିବା ଏବଂ ଜଳବାୟୁ ଚାମ୍ପିଅନର ଏକ ନୂତନ ପିଢୀକୁ ପ୍ରେରଣା ଦେବା ଆମର ମୁଖ୍ୟ ଲକ୍ଷ ରହିଛି । ସେହିପରି ଏହି କାର୍ଯ୍ୟକ୍ରମରେ ଯୋଗଦେଇ କେଟି ଗ୍ଲୋବାଲ ସ୍କୁଲର ନିର୍ଦ୍ଦେଶକ ଡ ରବୀନ୍ଦ୍ରନାଥ ପାଟି କହିଛନ୍ତି ଆମେ ଆମର ପ୍ରାକୃତିକ ସମ୍ପଦର ଅପବ୍ୟବହାର କରିଛୁ ଏବଂ ଆମର ପରବର୍ତ୍ତୀ ପିଢୀକୁ ଏହି ସଙ୍କଟର ସମ୍ମୁଖୀନ ହେବାକୁ ଛାଡିଛୁ ।

ତେଣୁ ବର୍ତ୍ତମାନ ସମୟ ଆସିଛି ଏକ ଉତ୍ତମ, ସ୍ଥାୟୀ ଭବିଷ୍ୟତ ପାଇଁ କାର୍ଯ୍ୟ କରିବାର । ସେହିପରି ଅନ୍ୟତମ ଅତିଥି ଭାବେ ଯୋଗଦେଇ ୟୁନିସେଫର ଯୋଗାଯୋଗ ତଥା ଡିଜିଟାଲ ମିଡିଆ ଅଧିକାରୀ ଅମିତାୟୁଶ ପ୍ରିୟଦର୍ଶୀ କହିଛନ୍ତି ଯେ ଚାଟବଟ କାର୍ଯ୍ୟକ୍ରମ ଏକ ଇଣ୍ଟରାକ୍ଟିଭ୍ ଏବଂ ଉପଭୋକ୍ତା-ଅନୁକୂଳ । ଇଣ୍ଟରଫେସ ବ୍ୟବହାର କରି ଜଳ ସଂରକ୍ଷଣ, ବିଶୁଦ୍ଧ ଜଳ, ପରିମଳ ଏବଂ ଜଳବାୟୁ ପରିବର୍ତ୍ତନ ଆହ୍ୱାନକୁ ନେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିବାକୁ ସୁବିଧା କରିଥାଏ । ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ଭାରତରେ 26 ଲକ୍ଷ ୟୁ ରିପୋଟର୍ସ ଏବଂ 95 ଟି ଦେଶରେ 28 ନିୟୁତ ୟୁ ରିପୋଟର୍ସ ଅଛନ୍ତି । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ତଥା କେଟି ଗ୍ଲୋବାଲ ସ୍କୁଲର ସଦସ୍ୟ, ସାତ୍ଵିକ ସୋଲ ଫାଉଣ୍ଡେସନ, ଭରତ ସ୍କାଉଟ୍ସ ଏବଂ ଗାଇଡ୍, ପାଣ୍ଟିସ ଫାଉଣ୍ଡେସନ ଏବଂ ଜାତୀୟ ଯୁବ ପ୍ରକଳ୍ପର ସଦସ୍ୟମାନେ ଯୋଗ ଦେଇଥିଲେ ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc