Home Sports ଭାରତ-ପାକିସ୍ତାନ ମଧ୍ୟରେ କଡ଼ା ମୁକାବିଲା ହେବ

ଭାରତ-ପାକିସ୍ତାନ ମଧ୍ୟରେ କଡ଼ା ମୁକାବିଲା ହେବ

by Admin
0 comment

ନିରପେକ୍ଷ (ବ୍ୟୁରୋ)୨୭/୬: ଇତି ମଧ୍ୟରେ ପୁରୁଷ ଦିନିକିଆ କ୍ରିକେଟ ବିଶ୍ବକପ 2023 ପାଇଁ ଘୋଷଣା ହୋଇଛି କାର୍ଯ୍ୟସୂଚୀ। ତେବେ
ଭାରତରେ ଏଥର ବିଶ୍ବକପ ହେବାକୁ ଥିବାବେଳେ ଅକ୍ଟୋବର ୫ରେ ଖେଳାଯିବ ଉଦଘାଟନୀ ମ୍ୟାଚ।ତେବେ ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ। ଅହମ୍ମଦାବାଦରେ ଏହି ମ୍ୟାଚ ଖେଳାଯିବ। ଅକ୍ଟୋବର ୧୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ହେବ। ଏହି ମ୍ୟାଚ ମଧ୍ୟ ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ।

ନଭେମ୍ବର ୧୪ ଓ ୧୬ରେ ସେମିଫାଇନାଲ ମ୍ୟାଚ ଖେଳାଯିବ। ମୁମ୍ବାଇ ଓ କୋଲକାତାରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ। ୧୯ ତାରିଖରେ ଅହମ୍ମଦାବାଦରେ ଫାଇନାଲ ମ୍ୟାଚ ଖେଳାଯିବ।
ସେହିପରି ମୋଟ ୧୦ଟି ସ୍ଥାନରେ ସମୁଦାୟ ମ୍ୟାଚ ଖେଳାଯିବ। ସେହି ସ୍ଥାନ ଗୁଡ଼ିକ ହେଲା ହାଇଦ୍ରାବାଦ, ଅହମ୍ମଦାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁଣେ, ବେଙ୍ଗାଲୁରୁ, ମୁମ୍ବାଇ ଏବଂ କୋଲକାତା। ଅକ୍ଟୋବର ୮ରେ ଚେନ୍ନାଇରେ ଭାରତ ତାର ପ୍ରଥମ ମ୍ୟାଚ ଅଷ୍ଟ୍ରେଲିଆ ସହ ଖେଳିବ।ବିଶ୍ବକପରେ ଭାରତ ଦୁଇଥର ଚାମ୍ପିଅନ୍ ହୋଇଛି। ୧୯୮୩ରେ କପିଲ ଦେବଙ୍କ ଅଧିନାୟକତ୍ବରେ ଦଳ ପ୍ରଥମ ଥର ପାଇଁ ଚାମ୍ପିୟନ୍ ହୋଇଥିଲା। ଏହାପରେ ୨୦୧୧ରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବରେ ଦଳ ଦ୍ବିତୀୟ ଥର ପାଇଁ ଚାମ୍ପିୟନ୍ ହୋଇଥିଲା।ଭାରତ ଦୁଇଥର ବିଶ୍ବକପ୍ ଆୟୋଜନ କରିଛି। ପ୍ରଥମେ ୧୯୮୭ ଏବଂ ୧୯୯୬ରେ ଦ୍ବିତୀୟ ଥର ପାଇଁ ମିଳିତ ଭାବେ ବିଶ୍ବକପ ଆୟୋଜନ କରିଥିଲା।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc