ନିରପେକ୍ଷ (ବ୍ୟୁରୋ)୨୭/୬: ଏଇ ମାତ୍ର କିଛିଦିନ ତଳେ ଶସ୍ତା ଥିଲା ବଜାରରେ କିନ୍ତୁ ଏବେ ଟମାଟୋ ଦର ଆକାଶ ଛୁଆଁ। ଶତକ ମାରିଛି ବିଲାତି ବାଇଗଣ । ଏପରିକି ରାଜ୍ୟର ସବୁଠୁ ବଡ଼ ହୋଲ୍ସେଲ ପରିବା ମାର୍କେଟ୍ କଟକ ଛତ୍ର ବଜାରରେ ମଧ୍ୟ ଏହା ୮୦ରୁ ୯୦ଟଙ୍କାରେ ବିକ୍ରି ହେଉଥିବା ସୂଚନା ମିଳିଛି ।ତେବେ ଟମାଟୋ ଦର ଏବେ ଖାଉଟିଙ୍କ ପାଇଁ ମହରଗ ପାଲଟିଛି । ଖୁଚୁରା ବଜାରରେ ଏହା ଶହେ ଟଙ୍କା ଛୁଇଁଛି। ବ୍ୟବସାୟୀଙ୍କ କହିବା କଥା, ଆମଦାନୀ କମ ରହୁଛି। ତେଣୁ ଦର ଆକାଶ ଛୁଆଁ ରହିଛି। ବିଶେଷ କରି ବାଙ୍ଗାଲୋର, ଛତିଶଗଡ଼, ଆନ୍ଧ୍ରାରୁ ବିଲାତି ଆସିଥାଏ। ବର୍ଷା ଯୋଗୁଁ ଉତ୍ପାଦନ ଓ ଯୋଗାଣ ଏହା ବାଧାପ୍ରାପ୍ତ ହୋଇଛି। ତେଣୁ ଦର ଏତେ ଅଧିକ ହୋଇଛି।୨୫ରୁ ୩୦ ଟଙ୍କାରେ ମିଳୁଥିବା ଟମାଟୋ ଏବେ ୧୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି । ଦେଶର ବିଭିନ୍ନ ସ୍ଥାନରେ ଦର ଶହେ ଟଙ୍କା ପହଞ୍ଚିଲାଣି ।ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଟମାଟୋ ଦର ପାଖାପାଖି ୧୦୦ ଟଙ୍କା ହେଲାଣି। କଟକରେ ଟମାଟୋ ୭୦ରୁ ୮୦ ଟଙ୍କାରେ ମିଳୁଛି।
