ନିରପେକ୍ଷ (ବ୍ୟୁରୋ)୨୭/୬: ଗତ ରବି ଦିଗପହଣ୍ଡି ବସ୍ ଦୁର୍ଘଟଣା ଘଟଣାରେ OSRTCର ଡ୍ରାଇଭର୍ ମାନସ ପ୍ରଧାନ ଗିରଫ । ବସ୍ ଦୁର୍ଘଟଣା ପରେ ଆହତ ଅବସ୍ଥା ଫେରାର ଥିଲେ ମାନସ । ଗତକାଲି ମାନସକୁ ଭରତପୁର ପୋଲିସ ସହାୟତାରେ ଉଠାଇ ଆଣିଥିଲା ବ୍ରହ୍ମପୁର ଦିଗପହଣ୍ଡି ପୋଲିସ । ଅନ୍ୟପଟେ ବସ୍ ଦୁର୍ଘଟଣାର କାରଣ ଖୋଜୁଛି ଓଡ଼ିଶା ସରକାରଙ୍କ ଷ୍ଟେଟ ରୋଡ଼ ଟ୍ରାନ୍ସପୋର୍ଟ ଅଥରେଟି ସହ 4 ଜଣିଆ ଟିମ୍ । ତଦନ୍ତ ପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ ଟିମ୍ । ଏହି ଟିମରେ ଦୁଇ ଜଣ ଇଂଜିନିୟର ସମେତ ଜଣେ ଡାକ୍ତର, ଗଞ୍ଜାମ RTO, ଚିକିଟି SDPO ଅଛନ୍ତି ।
