ସବୁ ଜାତିର ବ୍ୟକ୍ତି ମନ୍ଦିର ପୂଜକ ହୋଇପାରିବେ । ପୂଜକ ନିଯୁକ୍ତ କରିବାରେ ଜାତିର କୌଣସି ଭୂମିକା ନାହିଁ । ମନ୍ଦିରରେ ପୂଜକ ନିଯୁକ୍ତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ମାଡ୍ରାସ ହାଇକୋର୍ଟ । ହେଲେ ପୂଜକ ହେବାକୁ ଥିବା ବ୍ୟକ୍ତି ଜଣଙ୍କ ନିର୍ଦ୍ଦିଷ୍ଟ ମନ୍ଦିରରର ରୀତିନୀତି ସମ୍ପର୍କରେ ଭଲ ଭାବେ ଅବଗତ ହୋଇଥିବା ଆବଶ୍ୟକ ବୋଲି କହିଛନ୍ତି କୋର୍ଟ । ପୂଜକ ନିଯୁକ୍ତି ନେଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କ୍ଷମତାକୁ ଚ୍ୟାଲେଞ୍ଜ୍ କରାଯାଇଥିଲା ।

