Home Breaking News ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ଅଂଟା ଭିଡ଼ିଲେଣି ବିରୋଧୀ ; ଜୁନ ୧୨ରେ ବିଜେପି ବିରୋଧୀ ବୈଠକ କରିବେ ନୀତୀଶ

୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ଅଂଟା ଭିଡ଼ିଲେଣି ବିରୋଧୀ ; ଜୁନ ୧୨ରେ ବିଜେପି ବିରୋଧୀ ବୈଠକ କରିବେ ନୀତୀଶ

by Admin
0 comment

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ବିରୋଧରେ ବଳ ଗୋଟାଇବାରେ ପୁରା ବ୍ୟସ୍ତ, କିଛିଦିନ ପୂର୍ବେ ଓଡିଶା ଗସ୍ତରେ ଆସି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେପି ବିରୋଧରେ ବିରୋଧୀ ମେଳି ପାଇଁ କର୍ଣ୍ଣମନ୍ତ୍ର ଦେଇଥିଲେ| ସେହିପରି ସେ ଅନ୍ୟରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଏକଜୁଟ କରୁଥିବା ଶୁଣିବାକୁ ମିଳୁଛି| ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ଗଡ଼କୁ ଓ ସେଠାରେ ରାଜ କରୁଥିବା ରାଜାମାନଙ୍କୁ ହଟାଇବାକୁ ପୁରା ଦମରେ ଲାଗିପଡିଛନ୍ତି| ସେଥିଲାଗି ଆସନ୍ତା ଜୁନ ୧୨ ତାରିଖରେ ୨୪ ରାଜନୈତିକ ଦଳମାନଙ୍କୁ ନେଇ ବିଜେପି ବିରୋଧୀ ମେଳି ପାଇଁ ବୈଠକ ଡ଼କାଇଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର |

ସୂଚନା ମୁତାବକ ବିଜେପିକୁ କ୍ଷମତାରୁ ହଟାଇବାକୁ ଚାହୁଁଥିବା ଦଳର ନେତାମାନଙ୍କୁ ଏହି ବୈଠକକୁ ନିମନ୍ତ୍ରଣ କରାଯିବ | ଜୁନ୍ ୧୨ରେ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ଦ୍ୱାରା ଏହି ବୈଠକ ଡକାଯାଇଛି, ଯେଉଁଥିରେ ୨୪ଟି ବିରୋଧୀ ଦଳ ଯୋଗ ଦେବାର ସମ୍ଭାବନା ରହିଛି | ଜେଡିୟୁ ପକ୍ଷରୁ କୁହାଯାଇଛି ଯେ ନୀତୀଶ ଏପର୍ଯ୍ୟନ୍ତ ୧୮ଟି ଦଳ ସହିତ ଆଲୋଚନା କରିସାରିଛନ୍ତି ଓ ଅବଶିଷ୍ଟ ଦଳଗୁଡିକ ସହ କିଛି ଦିନ ମଧ୍ୟରେ ଆଲୋଚନା କରିବେ। ଜଣେ ଜେଡିୟୁ ନେତା କହିଛନ୍ତି ଯେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଭିନ୍ନ ଦଳର ନେତାଙ୍କ ସହ ଆଲୋଚନା କରିଛନ୍ତି | ଜୁନ୍ ୧୨ରେ ପାଟନାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଅତି କମରେ ୨୪ଟି ରାଜନୈତିକ ଦଳ ଭାଗନେବେ ବୋଲି ଆଶା କରାଯାଉଛି।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc