ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ‘ନୀତି ଆୟୋଗ ପରିଷଦ୍’ ବୈଠକ ବସିବାକୁ ଯାଉଛି | ଏଥିରେ ୮ଜଣ ମୁଖ୍ୟମନ୍ତ୍ରୀ ଯୋଗ ଦେବେ ନାହିଁ ବୋଲି ବିଭିନ୍ନ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି।

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍ଲଟ୍, କେରଳର ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ୍, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ୍ ସ୍ବାସ୍ଥ୍ୟଗତ କାରଣ ଓ ଅନ୍ୟାନ୍ୟ କାରଣ ଦର୍ଶାଇ ବୈଠକରେ ଯୋଗ ଦେବେ ନାହିଁ ବୋଲି କହିଥିବା ବେଳେ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶକୁ ବିରୋଧ କରି ଏହି ବୈଠକ ବର୍ଜନ କରିବେ ବୋଲି ଶୁକ୍ରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଥିଲେ। ସେହିପରି, ପଞ୍ଜାବ ପ୍ରତି କେନ୍ଦ୍ର ସରକାର ଧ୍ୟାନ ଦେଉ ନ ଥିବା ଦର୍ଶାଇ ‘ନୀତି ଆୟୋଗ’ ବୈଠକରେ ଯୋଗ ଦେବେ ନାହିଁ ବୋଲି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଲେଖି ଜଣାଇଛନ୍ତି।
