Home Entertainment ତୃତୀୟ ବିବାହ କରିବେ ଅମୀର ଖାନ

ତୃତୀୟ ବିବାହ କରିବେ ଅମୀର ଖାନ

by Admin
0 comment

ବଲିଉଡ ସୁପରଷ୍ଟାର ଅମୀର ଖାନଙ୍କୁ ନେଇ ଦିନକୁ ଦିନ ଅଲୋଚନା ବଢିବାରେ ଲାଗିଛି । ଅମୀରଙ୍କ ପର୍ସନାଲ ଲାଇଫ୍‌କୁ ନେଇ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ବିବାହ ବିଚ୍ଛେଦ ହେବାପରେ ତୃତୀୟ ବିବାହ କରିବାକୁ ପ୍ରସ୍ତୁତ ହେଉଛନ୍ତି ଅମୀର ।

ଅଧିକ ପଢନ୍ତୁ

ସୂଚନାନୁସାରେ ବଲିଉଡ ଆକ୍ଟର ଅମୀର ଖାନ ବର୍ତ୍ତମାନ ନିଜ ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ରହିଛନ୍ତି । କିଛିଦିନ ପୂର୍ବରୁ ଅମୀର ଅଭିନେତ୍ରୀ ଫାତିମା ଖାନଙ୍କ ସହ ନଜର ଆସିଥିଲେ । ଦୁହିଁଙ୍କ ଫୋଟ ଭାଇରାଲ ହେବାପରେ ଫ୍ୟାନ୍ସ ତାଙ୍କ ଡେଟ୍ ସମ୍ପର୍କରେ ଆଲୋଚନା କରିଥିଲେ । କିନ୍ତୁ ଏହାରି ମଧ୍ୟରେ ବଲିଉଡ ଆକ୍ଟର କେଆରକେ ଫାତିମା ଓ ଅମୀରଙ୍କ ରିଲେସନକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆଣିଛନ୍ତି । କେଆରକେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି, ଖୁବଶୀଘ୍ର ଅମୀର-ଫାତିମାଙ୍କୁ ବିବାହ କରିବେ । ଏବଂ ଅମୀରଙ୍କର ଏହା ତୃତୀୟ ବିବାହ ହେବ । କେଆରକେଙ୍କ ପୋଷ୍ଟ ଦେଖି ଅମୀର ଓ ଫାତିମାଙ୍କ ଫ୍ୟାନ୍ସ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।

ସୂଚନାଯୋଗ୍ୟ ୨୦୧୬ ମସିହାରେ ରିଲିଜ ହୋଇଥିବା ଫିଲ୍ମ ଦଙ୍ଗଲରେ ଅମୀର ଖାନ ଓ ଫାତିମା ସାନା ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିଥିଲେ । ଫିଲ୍ମରେ ଅମୀର ଫାତିମାଙ୍କ ବାପା ଭୂମିକାରେ ନଜର ଆସିଥିଲେ । ଫିଲ୍ମ ରିଲିଜ ହେବାପରେ ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ଚର୍ଚ୍ଚା ହୋଇଥିଲା । ଏହାବ୍ୟତୀତ ବିଭିନ୍ନ ଇଭେଣ୍ଟରେ ମଧ୍ୟ ଅମୀର-ଫାତିମା ଏକାଠି ନଜର ଆସିଥିଲେ ।

ଆହୁରି ପଢନ୍ତୁ

ଅମୀର ଖାନ ପୂର୍ବରୁ ୨ଟି ବିବାହ କରିସାରିଛନ୍ତି । ପ୍ରଥମେ ସେ ରୀନା ଦତ୍ତାଙ୍କୁ ୧୯୮୬ ମସିହାରେ ବିବାହ କରିଥିଲେ । କିନ୍ତୁ ତାଙ୍କର ଏହି ବିବାହ ବେଶି ଦିନ ରହିନଥିଲା । ଏବଂ ୨୦୦୨ ମସିହାରେ ଦୁହେଁ ପରସ୍ପର ଠାରୁ ଅଲଗା ହୋଇଯାଇଥିଲା । ସେହିପରି ୨୦୦୫ ମସିହାରେ ଅମୀର କିରଣ ରାଓଙ୍କୁ ଦ୍ୱିତୀୟ ବିବାହ କରିଥିଲେ । କିନ୍ତୁ ବିବାହର ୧୬ ବର୍ଷ ପରେ ସେ ୨୦୨୧ ମସିହାରେ କିରନଙ୍କ ଠାରୁ ଅଲଗା ହୋଇଯାଇଥିଲା । କିରନଙ୍କ ସହ ତାଙ୍କ ବିବାହ ବିଚ୍ଛେଦର କାରଣ ଫାତିମା ବୋଲି ସେତେବେଳେ ସାଧାରଣରେ ଚର୍ଚ୍ଚା ହୋଇଥିଲା ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc