Home Breaking News ନୂଆ ସଂସଦ ଭବନ ଉଦ୍‌ଘାଟନ ଅବସରରେ ଜାରି ହେବ ୭୫ ଟଙ୍କିଆ କଏନ

ନୂଆ ସଂସଦ ଭବନ ଉଦ୍‌ଘାଟନ ଅବସରରେ ଜାରି ହେବ ୭୫ ଟଙ୍କିଆ କଏନ

by Admin
0 comment

ନୂତନ ସଂସଦ ଭବନ ଉଦ୍‌ଘାଟନ ଅବସରରେ କେନ୍ଦ୍ର ସରକାର ଜାରି କରିବେ ୭୫ ଟଙ୍କିଆ ଧାତବ ମୁଦ୍ରା ବା କଏନ | ଏ ସମ୍ପର୍କରେ ଗୁରୁବାର ଅର୍ଥ ମନ୍ତ୍ରାଳୟ ସୂଚନା ପ୍ରଦାନ କରିଛି। ମେ ୨୫ ତାରିଖରେ ଅର୍ଥମନ୍ତ୍ରାଳୟ ଦ୍ୱାରା ପ୍ରକାଶିତ ଗେଜେଟ ନୋଟିସରେ ସୂଚନା ଦିଆଯାଇଛି ଯେ. ନୂଆ ସଂସଦ ଭବନ ଉଦ୍‌ଘାଟନ ଉତ୍ସବ ଅବସରରେ ‘କଏନଜ୍‌ ରୁଲ୍‌ସ୍‌, ୨୦୨୩’ ଅନୁଯାୟୀ ଏହି ସ୍ମାରକୀ ମୁଦ୍ରା ଜାରି କରାଯିବ ଏବଂ ଏହି ମୁଦ୍ରାକୁ ଟଙ୍କାଶାଳରେ ନିର୍ମାଣ କରାଯିବ। ଏହି ୭୫ ଟଙ୍କିଆ ମୁଦ୍ରା ୫୦% ରୁପା, ୪୦% ତମ୍ବା, ୫% ନିକେଲ୍‌ ଏବଂ ୫% ଦସ୍ତା ଧାତୁ ସମିଶ୍ରଣରେ ନିର୍ମାଣ କରାଯିବ। ୪୪ ମିଲିମିଟର୍‌ ଗୋଲେଇବିଶିଷ୍ଟ ଏହି ଧାତବ ମୁଦ୍ରାରେ ରହିବ ୨୦୦ଟି ଦାନ୍ତି। ଏହାର ସମ୍ମୁଖ ପାର୍ଶ୍ବରେ ରହିବ ଅଶୋକ ସ୍ତମ୍ଭରେ ଥିବା ଜାତୀୟ ସଙ୍କେତ ସିଂହ।

ତା’ ତଳକୁ ଥିବ ଦେବନାଗରୀ ଲିପିରେ ଲିଖିତ ‘ସତ୍ୟମେବ ଜୟତେ’। ସେହିପରି, ମୁଦ୍ରାର ବାମ ଗୋଲାର୍ଦ୍ଧ ପଟକୁ ରହିବ ଦେବନାଗରୀ ଲିପିରେ ଲିଖିତ ଶବ୍ଦ ‘ଭାରତ’ ଏବଂ ଡାହାଣ ଗୋଲାର୍ଦ୍ଧ ପାର୍ଶ୍ବକୁ ରହିବ ଇଂରାଜୀ ଲିପିରେ ଲିଖିତ ଶବ୍ଦ ‘ଇଣ୍ଡିଆ’। ଏହାଛଡ଼ା, ମୁଦ୍ରାର ପଛ ପାର୍ଶ୍ବରେ ଖୋଦିତ ହେବ ସଂସଦ ପରିସରର ଚିତ୍ର। ଏହାର ଉପର ଗୋଲାର୍ଦ୍ଧ ଧାରରେ ଦେବନାଗରୀ ଲିପିରେ ଉଲ୍ଲେଖ ରହିବ ସଂସଦ ଭବନ। ତଳ ଗୋଲାର୍ଦ୍ଧ ଧାରରେ ଇଂରାଜୀ ଲିପିରେ ଉଲ୍ଲେଖ ରହିବ ‘ପାର୍ଲାମେଣ୍ଟ୍‌ କମ୍ପ୍ଲେକ୍ସ’। ସେହିପରି, ପାର୍ଲାମେଣ୍ଟ୍‌ ଚିତ୍ର ତଳେ ଉଲ୍ଲେଖ ରହିବ ବର୍ଷ ୨୦୨୩।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc