Home Breaking News ବଢୁଛି ନକଲି ଦୁଗ୍ଧ କାରବାର; ସାରା ଦେଶରେ ହେବ ଯାଞ୍ଚ

ବଢୁଛି ନକଲି ଦୁଗ୍ଧ କାରବାର; ସାରା ଦେଶରେ ହେବ ଯାଞ୍ଚ

by Admin
0 comment

ସାରା ଦେଶର ଯାଞ୍ଚ ହେବ ଦୁଗ୍ଧ-ଦୁଗ୍ଧଜାତ ସାମଗ୍ରୀ ବା ଦ୍ରବ୍ୟର ଗୁଣବତ୍ତା । କ୍ଷୀରରେ ଅପମିଶ୍ରଣ ରୋକିବା ପାଇଁ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ଦେଶବ୍ୟାପୀ ଏହି ଗୁଣବତ୍ତା ଯାଞ୍ଚ ମିଶନ ଆରମ୍ଭ କରିବାକୁ ଯାଉଛି । କ୍ଷୀର ପ୍ରକ୍ରିୟାକରଣ ବ୍ୟବସାୟ କରୁଥିବା ବିଭିନ୍ନ ସଂସ୍ଥା ଓ ଗ୍ରାମାଞ୍ଚଳର ଫାର୍ମରୁ ନମୂନା ସଂଗ୍ରହ କରାଯାଇ ଏହି ଯାଞ୍ଚ କରାଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।FSSAI ର ଏକାଧିକ ଟିମ ଏହି କାର୍ଯ୍ୟରେ ନିୟୋଜିତ ହେବେ । ପ୍ରାୟ ସମସ୍ତ ଜିଲ୍ଲାରୁ କ୍ଷୀର ଓ କ୍ଷୀରଜାତ ସାମଗ୍ରୀର ନମୂନା ସଂଗ୍ରହ କରାଯିବ । କ୍ଷୀର, ଛେନା, ପନିର, ଘିଅ, ଲହୁଣି, ଦହି ଓ କ୍ଷୀର ପ୍ରସ୍ତୁତ ଆଇସକ୍ରିମର ନମୂନା ସଂଗ୍ରହ କରି ଏହି ଟିମ ଲ୍ୟାବକୁ ପଠାଇବ ।

ଖାଦ୍ୟ ସୁରକ୍ଷା ଓ ଗୁଣବତ୍ତା ସମ୍ପର୍କରେ ଏହି ଅଭିଯାନ ଆରମ୍ଭ କରାଯାଉଥିବା ଫାସି କହିଛି । କ୍ଷୀର ଓ କ୍ଷୀରଜାତ ସମସ୍ତ ସାମଗ୍ରୀର ବ୍ୟବହାର ବହୁଳ ଭାବେ ଭାରତୀୟ ସମାଜରେ ହୋଇଥାଏ ।
। ତେଣୁ ଏହାର ମାନ ପରୀକ୍ଷା କରାଯିବା ନେଇ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ସଂସ୍ଥା କହିଛି ।2018 ରେ ମଧ୍ୟ FSSAI ଏପରି ଅଭିଯାନ ଦେଶବ୍ୟାପି କରିଥିଲା । ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ମୋଟ 6,432 ସଂଗ୍ରହ କରାଯାଇ ଲ୍ୟାବରେ ଏହାର ମାନ ଯାଞ୍ଚ କରାଯାଇଥିଲା । ଦେଶର ମୋଟ 1103 ସହର ଓ ଜିଲ୍ଲାରୁ ଏହି ନମୂନା ସଂଗ୍ରହ କରିଥିଲା ପ୍ରାଧିକରଣ । ଯେଉଁ ସହରର ଲୋକସଂଖ୍ୟା 50 ହଜାର ଉପରେ ସେହି ସହରରେ ଏହି ସାମଗ୍ରୀର ଗୁଣବତ୍ତା ଯାଞ୍ଚକୁ ଅଧିକ ପ୍ରାଥମିକତା ଦିଆଯାଇଥିଲା । ସେହିପରି 2020 ରେ ପାନ-ଇଣ୍ଡିଆ ମିଲ୍କ ପ୍ରଡକ୍ଟ ସର୍ଭେ ମଧ୍ୟ କରାଯାଇଥିଲା । ଏଥିରେ ମୋଟ 542 ଜିଲ୍ଲାରୁ କ୍ଷୀରଜାତ ଦ୍ରବ୍ୟର ନମୂନା ସଂଗ୍ରହ କରାଯାଇ ଗୁଣବତ୍ତା ପରୀକ୍ଷା କରାଯାଇଥିଲା ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc