ଜାପାନର ହିରୋସୀମା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ହିରୋସୀମାରେ ଜି-୭ ସମ୍ମିଳନୀ ଅନୁଷ୍ଠିତ ହେଉଛି, ତେଣୁ ପ୍ରଧାନମନ୍ତ୍ରୀ ମୋଦି ସେଥିରେ ଭାଗନେବା ସହ ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କିଙ୍କ ସହ ମଧ୍ୟ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି | ଏହା ଉଭୟ ନେତାଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ। ଆଲୋଚନାବେଳେ ମୋଦୀ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧର ପ୍ରଭାବ ସାରା ବିଶ୍ୱ ଉପରେ ପଡିଛି | ମୁଁ ଏହାକୁ କେବଳ ଏକ ପ୍ରସଙ୍ଗ ଭାବୁନାହିଁ ବରଂ ମୋ ପାଇଁ ଏହା ଅର୍ଥବ୍ୟବସ୍ଥା, ରାଜନୀତି ଓ ମାନବିକତାର ପ୍ରସଙ୍ଗ | ଭାରତ ଯୁଦ୍ଧର ସମାଧାନ ପାଇଁ ଯାହା ବି କରିବାକୁ ହେବ କରିବ | ୟୁକ୍ରେନ ମୋ ପାଇଁ ମାନବିକତାର ପ୍ରସଙ୍ଗ |
