ପୁଣି ଅଷ୍ଟମ ସନ୍ତାନର ବାପା ହେବେ ବ୍ରିଟେନ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ | ଏ ସମ୍ପର୍କରେ ଶୁକ୍ରବାର ତାଙ୍କ ସ୍ତ୍ରୀ କ୍ୟାରି ‘ଇନ୍ଷ୍ଟାଗ୍ରାମ୍’ରେ ସେୟାର୍ କରି ଜଣାଇଛନ୍ତି । କ୍ୟାରି ଲେଖିଛନ୍ତି, ଅଳ୍ପ କେଇ ସପ୍ତାହ ଭିତରେ ନୂଆ ଟିମ୍ ମେମ୍ବର୍ ପହଞ୍ଚିବେ | ୨୦୨୧ ମେ ମାସରେ ବୋରିସ୍ ଓ କ୍ୟାରି ବିବାହ କରିଥିଲେ।
