Home Breaking News କଟକରେ କାଳବୈଶାଖୀର ପ୍ରଭାବ: ସାଢେ ୧୩ ଘଣ୍ଟା ପରେ ବିଦ୍ୟୁତ ସରବରାହ ସ୍ବାଭାବିକ

କଟକରେ କାଳବୈଶାଖୀର ପ୍ରଭାବ: ସାଢେ ୧୩ ଘଣ୍ଟା ପରେ ବିଦ୍ୟୁତ ସରବରାହ ସ୍ବାଭାବିକ

by Admin
0 comment

କଟକରେ କାଳବୈଶାଖୀର ପ୍ରଭାବରେ ଗତକାଲି ଅର୍ଥାତ ଶୁକ୍ରବାର ଅପରାହ୍ନ ସାଢ଼େ ୫ଟାରୁ ଲାଇନ୍ କଟିଯାଇଥିଲା। ଯାହାର ପ୍ରାୟ ସାଢେ ୧୩ ଘଣ୍ଟା ପରେ ବିଦ୍ୟୁତ ସରବରାହ ସ୍ବାଭାବିକ ହୋଇଛି। ଆଜି ସକାଳ ୬ଟା ୫୨ ମିନିଟରେ କଟକର ସିଡିଏ ଅଞ୍ଚଳରେ ପୁଣି ଲାଇନ୍ ଆସିଛି। ଏଥିଲାଗି ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସୂଚନା ଅନୁସାରେ, କଟକରେ କାଳବୈଶାଖୀ ତାଣ୍ଡବ ରଚିବା ଫଳରେ ସହରରେ ବ୍ୟାପକ କ୍ଷୟକ୍ଷତି ଘଟିଛି।

ବିଦ୍ୟାଧରପୁରରୁ ଆରମ୍ଭ କରି ସିଡିଏ, ବିଡ଼ାନାସୀ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଗଛ ଡାଳ ଭାଙ୍ଗିବା, ଗଛ ଉପୁଡ଼ି ପଡ଼ିବା, ବଡ଼ ବଡ଼ ହୋର୍ଡିଂ ଭାଙ୍ଗି ଯିବା, ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ତାର ଛିଡ଼ିଯିବା ଭଳି ଘଟଣା ଘଟିଛି। ଏହି ଘଟଣାରେ ସହରର ୨ ଜଣ ଲୋକ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ଅଗ୍ନିଶମ ବିଭାଗ ଓ ପୌର ନିଗମ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଗଛ କଟା ଓ ରାସ୍ତା ସଫେଇ କାମ ଆରମ୍ଭ ହୋଇଥିଲେ ବି ସ୍ଥିତି ସ୍ବାଭାବିକ ହୋଇପାରିନି। ଏହି କାରଣରୁ ଜନ ଅସନ୍ତୋଷ ଦେଖା ଦେଇଥିଲା।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc