ଦୁନିଆର ସବୁଠାରୁ ବଡ଼ ସର୍ଚ୍ଚ ଇଞ୍ଜିନ ଗୁଗୁଲ୍ର ସିଇଓ ସୁନ୍ଦର ପିଚାଇଙ୍କ ଚେନ୍ନାଇସ୍ଥିତ ପୈତୃକ ଘର ବିକ୍ରି ହୋଇଯାଇଛି। ତାଙ୍କର ଏହି ପୈତୃକ ଘରକୁ ତାମିଲ ଅଭିନେତା ତଥା ନିର୍ଦ୍ଦେଶକ ସି ମାଣିକନନ୍ଦନ କିଣିଥିବା ଜଣାପଡିଛି । ତେବେ ଏହି ଘରକୁ କେତେ ଟଙ୍କାରେ ପିଚାଇ ବିକ୍ରି କରିଛନ୍ତି ତାହା ଏବେ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ।
