Home Breaking News ଓଡ଼ିଶା ସିମକାର୍ଡ-ପାକିସ୍ତାନ ଲିଙ୍କ: ମାଷ୍ଟରମାଇଣ୍ଡ ବିରୋଧରେ ଲାଗିବ ଦେଶଦ୍ରୋହ ଦଫା

ଓଡ଼ିଶା ସିମକାର୍ଡ-ପାକିସ୍ତାନ ଲିଙ୍କ: ମାଷ୍ଟରମାଇଣ୍ଡ ବିରୋଧରେ ଲାଗିବ ଦେଶଦ୍ରୋହ ଦଫା

by Admin
0 comment

ଓଡ଼ିଶା ସିମକାର୍ଡର ପାକିସ୍ତାନ ଲିଙ୍କ ନେଇ ଏସଟିଏଫକୁ ସାଂଘାତିକ ତଥ୍ୟ ମିଳିଛି | ଏହି ମାମଲାର ମାଷ୍ଟରମାଇଣ୍ଡକୁ ଖୋଜି ପାଇଛି ସ୍ପେସିଆଲ ଟାସ୍କ ଫୋର୍ସ ,ତା ନା ହେଉଛି ପଠାଣି ସାମନ୍ତ ଲେଙ୍କା, ତା ବିରୋଧରେ ଦେଶଦ୍ରୋହ ଅପରାଧ ଦଫା ଲାଗିବ ବୋଲି ସୂଚନା ରହିଛି। ଆସନ୍ତାକାଲିଠାରୁ ତାକୁ ୫ ଦିନିଆ ରିମାଣ୍ଡରେ ନେଇ ଆତଙ୍କୀ ଲିଙ୍କ ବାବଦରେ ଖୋଳତାଡ଼ କରିବ ଏସଟିଏଫ୍ । ସୂଚନା ଅନୁସାରେ, ପଠାଣୀ ସାମନ୍ତ ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ, ଓ ପଶ୍ଚିିମବଙ୍ଗରେ ଥିବା ଆଇଏସଆଇ  ଏଜେଣ୍ଟଙ୍କ ସମ୍ପର୍କରେ ଥିଲା। ତେବେ ଅତଙ୍କବାଦୀଙ୍କ ସହ ଲିଙ୍କ ରଖିବାକୁ କେଉଁ କେଉଁ ଅଞ୍ଚଳରୁ ସିମକାର୍ଡ କିଣାହୋଇଥିଲା ସେ ନେଇ ତଦନ୍ତ ଚାଲିଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc