ମାତ୍ର ୧୦୦ ଘଣ୍ଟାରେ ୧୦୦ କିଲୋମିଟରରୁ ଅଧିକ ଦୀର୍ଘ ସଡ଼କ ନିର୍ମାଣ କରି ସମଗ୍ର ବିଶ୍ବରେ ଏକ ରେକର୍ଡ ସୃଷ୍ଟି କରିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ବା ଏନ୍ଏଚ୍ଏଆଇ । ସୂଚନା ଅନୁସାରେ ଉତ୍ତରପ୍ରଦେଶରେ ଗାଜିଆବାଦ-ଆଲିଗଡ଼ ଏକ୍ସପ୍ରେସୱେରେ ୧୦୦ କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ମାତ୍ର ୧୦୦ ଘଣ୍ଟାରେ ଶେଷ ହୋଇଛି।
