ପ୍ରତିଷ୍ଠିତ ଜ୍ୟୋତିଶାଚାର୍ଯ୍ୟ ତଥା ପି ଖୁରାନାଙ୍କର ଆଜି ସକାଳେ ଚଣ୍ଡିଗଡ଼ରେ ଦେହାନ୍ତ ହୋଇଛି। ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ବାପା ଥିଲେ ପି ଖୁରାନା। ଦେହାନ୍ତ ପରେ ଆଜି ସନ୍ଧ୍ୟା ପ୍ରାୟ ୫.୩୦ରେ ତାଙ୍କର ଅନ୍ତିମସଂସ୍କାର କରାଯିବ। ଚଣ୍ଡିଗଡ଼ର ମଣିମାଜରା ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡିଛି । ୨ଦିନ ଧରି ତାଙ୍କର ପଞ୍ଜାବର ମୋହାଲିସ୍ଥିତ ଫୋର୍ଟିସ୍ ହସ୍ପିଟାଲରେ ହୃଦ୍ରୋଗ ଯୋଗୁଁ ଚିକିତ୍ସା ଚାଲିଥିଲା। ହେଲେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।
