ପ୍ରକାଶ ପାଇଛି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୩ ମାଟ୍ରିକ୍ ପରୀକ୍ଷାଫଳ। ଏଥର ପରୀକ୍ଷାଫଳକୁ ଲକ୍ଷ୍ୟ କଲେ ଜଣାଯାଏ ଛାତ୍ରମାନଙ୍କ ପାସ୍ ହାର ୯୫.୭୫ ପ୍ରତିଶତ ଥିବାବେଳେ ଚଳିତ ଥର ୯୭.୦୫ ପ୍ରତିଶତ ଛାତ୍ରୀ ପାସ୍ କରିଛନ୍ତି। ଏବର୍ଷ ମୋଟ ୫୦୫୪୦୪ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୫୧୨୯୮ ଜଣ ଛାତ୍ର ଓ ୨୫୭୧୦୬ଜଣ ଛାତ୍ରୀ ଥିବା ଜଣାଯାଇଛି। ଏମାନଙ୍କ ମଧ୍ୟରୁ ୨୨୫୪ ଜଣ ଛାତ୍ରୀ ଏ-୧ ଗ୍ରେଡରେ ପାସ୍ କରିଥିବା ବେଳେ ୧୯୦୫ଜଣ ଛାତ୍ରୀ ଏ-୧ ଗ୍ରେଡରେ ପାସ୍ କରିଛନ୍ତି।
