ଆଜି ପ୍ରକାଶ ପାଇଛି ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ମୋଟ ପାସ୍ ହାର ୮୭.୩୩ ପ୍ରତିଶତ ରହିଛି । ୯୯.୯୧ ପ୍ରତିଶତ ପାସ୍ ହାର ସହିତ ଥିରୁଅନନ୍ତପୁରମ୍ ରିଜିଅନ୍ ଶୀର୍ଷ ସ୍ଥାନରେ ରହିଛି । ସେଠାରେ ଝିଅଙ୍କ ପାସ୍ ହାର ଅପେକ୍ଷା ୬ ପ୍ରତିଶତ ଅଧିକ ପୁଅଙ୍କ ପାସ୍ ହାର ରହିଛି ।

ସୂଚନାଯୋଗ୍ୟ ଚଳିତ ବର୍ଷ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପ୍ରାୟ ୧୬ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏଥିରେ ଛାତ୍ରୀଙ୍କ ପାସ୍ ହାର ୯୦.୬୮ ପ୍ରତିଶତ ରହିଥିବା ବେଳେ, ଛାତ୍ରଙ୍କ ପାସ୍ ହାର ୮୪.୬୭ ପ୍ରତିଶତ ରହିଛି ।
