ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ମୋକା ଅତି ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଏବଂ ଘଣ୍ଟାପ୍ରତି ପ୍ରାୟ ୯ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରୁଛି । ଆସନ୍ତା ୨ ଦିନ ପରେ ଅର୍ଥାତ ୧୪ ତାରିଖ ମଧ୍ୟାହ୍ନରେ ବାଂଲାଦେଶ ଓ ମିଆଁମାର ମଧ୍ୟରେ ଉପକୂଳ ଛୁଇଁବା ନେଇ ପାଣିପାଗ ବିଭାଗ କରିଛି ଆକଳନ ।

ସୂଚନାଯୋଗ୍ୟ ବାତ୍ୟା ମୋକା ଲ୍ୟାଣ୍ଡଫଲ କରିବା ସମୟରେ ପବନର ଘଣ୍ଟାପ୍ରତି ବେଗ ୧୫୦ ରୁ ୧୬୦ କିଲୋମିଟର ରହିବ । ବାତ୍ୟା ପ୍ରଭାବରେ ଓଡିଶାର ଅନେକ ସ୍ଥାନରେ ଆକାଶ ମେଘୁଆ ରହିବ । ଏହାଛଡା ଆସନ୍ତା ୧୫ ତାରିଖରୁ ଅସହ୍ୟ ଗରମ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।
