ଆଉ ମାତ୍ର କିଛି ଦିନର ଅପେକ୍ଷା । ମାଟ୍ରିକ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀ ପରୀକ୍ଷା ଫଳ ଜାଣିବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ଚଳିତ ମାସ ଅର୍ଥାତ ମେ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ବୋର୍ଡ ତରଫରୁ ତାରିଖ ଧାର୍ଯ୍ୟ ହୋଇ ନଥିଲେ ସୁଦ୍ଧା ମେ ତୃତୀୟ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ । କୌଣସି ମୂହୁର୍ତ୍ତରେ ପରୀକ୍ଷା ଫଳ ପ୍ରକାଶ ନେଇ ତାରିଖ ଆସିପାରେ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

