ବାଲେଶ୍ୱର ସଦର ବ୍ଲକ ତଥା ବସ୍ତା ଥାନା ଅନ୍ତର୍ଗତ ହଲଦୀପଦା ପଞ୍ଚାୟତର ପାଳିସିଆ ଗ୍ରାମରେ ଜଣେ ବିବାହିତା ମହିଳାଙ୍କୁ ତାଙ୍କ ସ୍ୱାମୀ ଓ ଶଶୁର ଘରର ଲୋକେ ଖଣ୍ଡଖଣ୍ଡ କରି ହାଣିବା ପରେ ମାଂସଖଣ୍ଡକୁ ବସ୍ତାରେ ପୂରାଇ ଘର ନିକଟରେ ରଖିଥିଲେ। ଗ୍ରାମବାସୀଙ୍କଠାରୁ ଖବର ପାଇ ମୃତ ମହିଳାଙ୍କ ବାପଘର ଲୋକେ ଆସି ହତ୍ୟା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସ୍ତାରେ ରଖା ଯାଇଥିବା ଖଣ୍ଡ ବିଖଣ୍ଡିତ ଶବକୁ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି।

