ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘୂର୍ଣ୍ଣବଳୟ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇପାରେ । ସେହିପରି ଆସନ୍ତା ୮ ତାରିଖ ସୁଦ୍ଧା ବଳ ବଢାଇ ଡିପ୍ରେସନ ଅର୍ଥାତ ଅବପାତରେ ପରିଣତ ହେବ । ତେବେ ଆସନ୍ତା ୨୪ ଘଣ୍ଟା ପରେ ଚିତ୍ର ସ୍ପଷ୍ଟ ହେବ । ଏବଂ ଏହାପରେ ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ତୀବ୍ରତା ଆକଳନ କରାଯାଇପାରିବ ।

