ପୁଣିଥରେ ଜମ୍ମୁ-କାଶ୍ମୀରରେ ଘଟିଛି ଭୟାବହ ଆତଙ୍କବାଦୀ ଆକ୍ରମଣ । ଆତଙ୍କୀ ଆକ୍ରମଣରେ ସହିଦ୍ ହୋଇଛନ୍ତି ୨ଜଣ ଯବାନ୍ । ସେହିପରି ୨ଜଣ ଯବାନଙ୍କ ସମେତ ଜଣେ ସେନା ଅଧିକାରୀ ଓ ୪ଜଣ ସାଧାରଣ ବ୍ୟକ୍ତି ଆହତ ହୋଇଥିବା ପୋଲିସ କହିଛି । କାଣ୍ଡି ଅରଣ୍ୟାଞ୍ଚଳରେ ଗୁଳି ବିନିମୟ ଆରମ୍ଭ ହୋଇଥିବା କହିଛନ୍ତି ଜମ୍ମୁ ଜୋନର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ।


ସରକାରୀଙ୍କ ଅଧିକାରୀଙ୍କ ସୂଚନା ମୁତାବକ ଜାରି ହୋଇଛି ପିଟିଆଇ ରିପୋର୍ଟ । ରିପୋର୍ଟରେ କୁହାଯାଇଛି, ରାଜୌରୀ ଜିଲ୍ଲାର ବନ୍ୟାରି ପାବତ୍ୟାଞ୍ଚଳର ଡୋକରେ ଏବେ ବି ଗୁଳିବିନିମୟ ଜାରି ରହିଛି । ଏହି ଆତଙ୍କୀମାନେ ଏପ୍ରିଲ ୨୦ତାରିଖରେ ସେନା ଟ୍ରାକ୍ ଉପରେ ଅତିରିକ୍ତ ଆକ୍ରମଣ କରିଥିବା ଆତଙ୍କୀ ସଙ୍ଗଠନର ସଦସ୍ୟ ବୋଲି କହିଛି ପିଟିଆଇ । ସେଦିନ ସେମାନଙ୍କ ଆକ୍ରମଣରେ ଅନ୍ୟୁନ ୫ଜଣ ଯବାନ ସହିଦ ହୋଇଥିବା ବେଳେ ଜଣେ ଯବାନ ଗୁରୁତର ଆହତ ହୋଇଥିଲେ ।

