Home Breaking News ବ୍ରିଟେନ୍ ଇଲେକ୍ସନରେ ଓଡ଼ିଆ ଝିଅ

ବ୍ରିଟେନ୍ ଇଲେକ୍ସନରେ ଓଡ଼ିଆ ଝିଅ

by Admin
0 comment

ବିଦେଶ ମାଟିରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଓଡ଼ିଆ ଝିଅ । ଭୁବେନଶ୍ୱରର ବାସିନ୍ଦା ସୁସ୍ମିତା ରାଜହଂସ ପ୍ରଥମ ଓଡ଼ିଆ ଝିଅ ଭାବେ ବିଦେଶରେ ଲଢିବାକୁ ଯାଉଛନ୍ତି ନିର୍ବାଚନ । ବ୍ରିଟେନ୍‌ର ୱେଷ୍ଟ୍ ମୋର ଲ୍ୟାଣ୍ଡରେ ହେବ କାଉନସିଲର ନିର୍ବାଚନ । ଏହି ନିର୍ବାଚନରେ ଲିବରାଲ ଡେମୋକ୍ରାଟ୍ସ ପାର୍ଟିରୁ କାଉନସିଲର ପଦ ପାଇଁ ନୋମିନେଟ୍ କରିଛନ୍ତି ସୁସ୍ମିତା । ଭୁବନେଶ୍ୱର ବାସିନ୍ଦା ସୁସ୍ମିତା ରାଜହଂସ ଦୀର୍ଘବର୍ଷ ହେବ ବ୍ରିଟେନରେ ବାସ କରିଆସୁଛନ୍ତି । ବ୍ରିଟେନର ୱେଷ୍ଟ୍‌୍ ମୋର ଲ୍ୟାଣ୍ଡରେ ହେବ କାଉନସିଲର ନିର୍ବାଚନ । ଏହି ନିର୍ବାଚନରେ ଲିବରାଲ ଡେମୋକ୍ରାସ୍‌ସ ପାର୍ଟିରୁ କାଉନସିଲର ପଦ ପାଇଁ ସେ ନୋମିନେଟ୍ ହୋଇଛନ୍ତି । ସୁସ୍ମିତା ରାଜହଂସ ୱେଷ୍ଟ ମୋର ଲ୍ୟାଣ୍ଡର ସିଟି ଅଫ୍ ବାଥ୍ସରୁ ନିର୍ବାଚନ ଲଢିବେ ବୋଲି ସୂଚନା ମିଳିଛି । ସେ ୨୦ବର୍ଷରୁ ଅଧିକ ହେବ ବ୍ରିଟେନର ବାଥ୍ ଓଲ୍ଡ ପାର୍କରେ ରହିଆସୁଛନ୍ତି ଓ ସେ ଜଣେ ସାମାଜିକ କର୍ମୀ ଭାବେ ବେଶ୍ ପରିଚିତ । କରୋନା ସମୟରେ ସେ ସାଧାରଣ ଲୋକଙ୍କୁ ସାହାଯ୍ୟର ହାତ ବଢାଇଥିଲେ । ଏହାସହିତ ହିନ୍ଦୁ କମ୍ୟୁନିଟି ପାଇଁ ଅନେକ କାମ ବି କରିଛନ୍ତି ସୁସ୍ମିତା । ଏହାସହ ସେଠାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରର ଟ୍ରଷ୍ଟି ମଧ୍ୟ ଅଛନ୍ତି ସୁସ୍ମିତା ରାଜହଂସ ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc