କରୋନା ପରଠାରୁ ସମଗ୍ର ବିଶ୍ୱରେ ଦେଖାଦେଇଛି ଆର୍ôଥକ ମାନ୍ଦାବସ୍ଥା । ଅନେକ ଦେଶ ଏବେ ଦେବାଳିଆ । ପାକିସ୍ତାନ ଓ ଶ୍ରୀଲଙ୍କା ପରେ ଏବେ ଆମେରିକାରେ ଦେଖାଦେଇଛି ଆର୍ôଥକ ସଙ୍କଟ । ବିଶ୍ୱର ବିତ୍ତଶାଳୀ ଦେଶ ଭାବେ ଜଣାଶୁଣା ଆମେରିକାରେ ବି ଚିନ୍ତାର କାରଣ ପାଲଟିଛି ଆର୍ଥିକ ସଙ୍କଟ । ଅପରପକ୍ଷରେ ଆମେରିକାର ଗୋଟିଏ କି ୨ଟି ନୁହେଁ, ଏକାବେଳେ ପାଞ୍ଚ ପାଞ୍ଚଟି ବ୍ୟାଙ୍କ୍ ବି ଦେବାଳିଆ ହୋଇସାରିଲାଣି । ବ୍ୟାଙ୍କଗୁଡିକର ପରିସ୍ଥିତି ସଙ୍ଗୀନ । ଏଣୁ ଖୁବଶୀଘ୍ର ବ୍ୟାଙ୍କଗୁଡିକ ଯଦି ପୂର୍ବ ଅବସ୍ଥାକୁ ନ ଫେରନ୍ତି ତେବେ ଏହାର ପ୍ରଭାବ ନିଶ୍ଚିତ ଭାବେ ଆମେରିକାବାସୀ ଓ ଜନସାଧାରଣଙ୍କ ଉପରେ ପଡିବ ।


ଏହାରି ଭିତରେ ବିଶ୍ୱର ଅନେକ ଇକୋନୋମିକ୍ ଏକ୍ସପର୍ଟ ଆକଳନ କଲେଣି ଆମେରିକା ଖୁବଶୀଘ୍ର ଦେବାଳିଆ ହୋଇପାରେ । ଆମେରିକାର ଟ୍ରେଜେରୀ ସଚିବ ଜେନେଟ୍ ୟେଲେନ୍ ଆମେରିକା ସରକାରଙ୍କୁ ଲେଖିଛନ୍ତି ଚେତାବନୀପୂର୍ଣ୍ଣ ଚିଠି । ଚିଠିରେ ଉଲ୍ଲେଖ ରହିଛି, ଜୁନ ପହିଲାସୁଦ୍ଧା ଆମେରିକା ଦେବାଳିଆ ଅବସ୍ଥାକୁ ଆସିଯାଇପାରେ । କାରଣ ଆମେରିକା ରାଜକୋଷରେ ବିଲ୍ ପୈଠ କରିବାକୁ ଏବେ ଟଙ୍କା ନାହିଁ । ଆମେରିକାର ଟେଜେରୀ ସଚିବ ଜେନେଟଙ୍କ ପକ୍ଷରୁ ଏଭଳି ଚିଠି ପାଇବା ପରେ ବେଶ୍ ସଜାଗ ହୋଇଉଠିଛନ୍ତି ରାଷ୍ଟ୍ରପତି ଜୋ’ ବାଇଡେନ୍ । ତୁରନ୍ତ ଆମେରିକୀୟ କଂଗ୍ରେସ ସରକାରର ୪ଜଣ ସଦସ୍ୟଙ୍କୁ ନେଇ ଅନୁଷ୍ଠିତ ହୋଇଛି ସ୍ୱତନ୍ତ୍ର ବୈଠକ । ବୈଠକରେ ୪ଜଣ ସଦସ୍ୟ ଏହି ସମସ୍ୟାକୁ କିଭଳି ମୁକୁଳିହେବ ସେ ନେଇ କାମ ଆରମ୍ଭ କରିଦେଇଛନ୍ତି ।

