ଆସୁଛି ବାତ୍ୟା । ମେ’ ୯ରେ ସାମୁଦ୍ରିକ ଝଡ଼ର ସମ୍ଭାବନା । ୬ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ୭ରେ ଓଡ଼ିଶାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ସେହିପରି ୮ତାରିଖ ବେଳକୁ ଏହା ଅବପାତରେ ପରିଣତ ହେବା ସହ ଆହୁରି ଘନିଭୂତ ହୋଇପାରେ । କାରଣ ଲଘୁଚାପ ଅଧିକ ଘନିଭୂତ ହେବା ପାଇଁ ପାରିପାଶ୍ୱର୍ିକ ସ୍ଥିତି ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ୯ତାରିଖ ବେଳକୁ ସୃଷ୍ଟି ହେବ ବାତ୍ୟା ।

କାରଣ ଲଘୁଚାପ ଅଧିକ ଘନିଭୂତ ହେବା ପାଇଁ ପାରିପାର୍ଶ୍ଵିକ ସ୍ଥିତି ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ୯ତାରିଖ ବେଳକୁ ସୃଷ୍ଟି ହେବ ବାତ୍ୟା । ପରବର୍ତ୍ତି ସମୟରେ ଏହା ଉତ୍ତର ଦିଗକୁ ଗତିକରି କେନ୍ଦ୍ରୀୟ ବଙ୍ଗୋପସଗାର ଆଡକୁ ମୁହାଁଇପାରେ ବୋଲି ଆଇଏମଡ଼ି ଆକଳନ କରିଛି । ହେଲେ ବାତ୍ୟା କେଉଁ ଦିଗକୁ ଗତି କରିବ, ଏହାର ତୀବ୍ରତା କେତେ ରହିବ ଓ କେଉଁଠି ଲ୍ୟାଣ୍ଡଫଲ କରିବ ସେ ସମ୍ପର୍କରେ ଆଇଏମଡ଼ି ପୂର୍ବାନୁମାନ କରିନି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାପରେ ଏହାର ଗତିପଥ ଓ ତୀବ୍ରତା ଜଣାପଡ଼ିବ ।

ବର୍ତ୍ତମାନ ଭାରତ ଉପକୂଳରେ ଲ୍ୟାଣ୍ଡଫଲ ନେଇ କୌଣସି ଅନୁମାନ ନାହିଁ । ବର୍ତ୍ତମାନ ଆକଳନରୁ ଓଡ଼ିଶା ପ୍ରତି ସେଭଳି କୌଣସି ପ୍ରଭାବ ଦେଖାଯାଉନି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ହେଲେ ୭ତାରିଖରୁ ଉତ୍ତରପୂର୍ବ ବଙ୍ଗୋପସାଗର ଆଡକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି । ସେହିପରି ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସବୁ ବିଭାଗକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ସମସ୍ତ ଜରୁରିକାଳୀନ ବିଭାଗ ବାତ୍ୟା ଓ ଏହାର ପରବର୍ତ୍ତି ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ବି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
