ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କୁ ରାଜସ୍ଥାନ ହାଇକୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି । ଆଶାରାମ ଜାମିନ୍ ପାଇବାକୁ ସୁପ୍ରିମକୋର୍ଟରେ ଏକ ଜାଲ୍ ଆରଟିଆଇ ଦାଖଲ କରିଥିବା ଅଭିଯୋଗ ହୋଇଥିଲା । ପରେ ହାଇକୋର୍ଟ ଯୋଧପୁର ବେଞ୍ଚ୍ ଏହି ମାମଲାର ଶୁଣାଣି କରି ଏଥିରେ ଆଶାରାମଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ନଥିବାରୁ ତାଙ୍କୁ ଜାମିନ୍ ମିଳିବା ଯଥାର୍ଥ ବୋଲି କହିଛନ୍ତି ।
